ସିନ୍ଧେକେଲା ହାଇସ୍କୁଲରେ ସ୍କୁଲ ସ୍ତରୀୟ ବିଧାନସଭା ଅଧିବେଶନ

ଆଜତକ ଓଡ଼ିଶା
0

ସିନ୍ଧେକେଲା (ଦୀନେଶ ଜୈନ) ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ପିଏମଶ୍ରୀ ପଲ୍ଲି ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ସ୍କୁଲ ସ୍ତରୀୟ ଛାତ୍ର ବିଧାନସଭା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଛାତ୍ର ବିଧାନ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବିଦ୍ୟାଳୟର ଆଲୁମିନା କମିଟିର ସଭାପତି ନରେଶ ଜୈନ ଦୀପ ପ୍ରଜ୍ଜ୍ୱଳନ କରି ସଭା ଉଦଘାଟନ କରିଥିଲେ। ଏହି ସଭାରେ ଏସଏମସି କମିଟିର ସଭାପତି ବିରବିକ୍ରମ ସିଂ ଦେଓ, ସଦସ୍ୟ ଗୋପୀନାଥ ସାହୁ, ପଲ୍ଲିଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ କୁମାର ରଥ ,ସିନ୍ଧେକେଲା ସିଆରସି ତୁଳସି ସୁନା, ବରିଷ୍ଠ ସାମ୍ବାଦିକ ଦିନେଶ ଜୈନ, ଯୁବ ସାମ୍ବାଦିକ ଅନିଲ କୁମାର ତ୍ରିପାଠୀ, ଅଭିମନ୍ୟୁ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ। ଏହି ବିଧାନସଭା କୁ ଚିତ୍ତାକର୍ଷକ କରିବାପାଇଁ ସମସ୍ତ ଛାତ୍ରଛାତ୍ରୀ ମାନେ ନିଜ ନିଜ ଅଭିଭାଷଣ ରଖିଥିଲେ। ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ। ଛାତ୍ର ବିଧାନସଭା କୁ ଛାତ୍ରଛାତ୍ରୀ ମାନେ ବହୁତ ସୁନ୍ଦର ଭାବେ ବିଧାନସଭା କାଳିନ ପ୍ରଶ୍ନ ଓ ଉତ୍ତର କାର୍ଯ୍ୟକ୍ରମ ସଫଳତାର ସହ କରିଥିଲେ। ସଭା ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ହିମାଂଶୁ ଭୂଷଣ ସେନାପତି ଧନ୍ୟବାଦ୍ ପ୍ରଦାନ କରିଥିଲେ। ଶେଷରେ ଜିଲ୍ଲା ସ୍ତରୀୟ ଛାତ୍ର ବିଧାନସଭା ପାଇଁ ବିଦ୍ୟାଳୟର ଅଭିଷେକ ସାହୁ, ଉମାକାନ୍ତୀ ରଣା, ମିତା ବାରିକ, ପ୍ରିୟଙ୍କା ରଣା ପ୍ରମୁଖଙ୍କୁ ଚୟନ କରାଗଲା।

Post a Comment

0 Comments

Please Select Embedded Mode To show the Comment System.*

3/related/default