ନୁଆପଡା : (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା କୋମନା ବ୍ଲକ ବୁଦ୍ଧିକୋମନା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଳମକଟାଠାରେ ନୂଆପଡା ଜିଲ୍ଲା ଝଙ୍କଡ଼ ପାଇକ ସମାଜ ସମାବେଶ ରେ ଓଡିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପାଇକ ସମାଜର ଅନେକ ବୀର ସନ୍ତାନମାନଙ୍କ ବଳୀଦାନକୁ ସ୍ମରଣ କରିବା ସହିତ ସେହି ଜାତିର ଲୋକମାନକୁ ଦେଶ ରକ୍ଷକ ତଥା ଭାରତର ଗୌରବ ଭାବରେ ସମ୍ମାନ ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ଗୋକୁଳାନନ୍ଦ ମଲ୍ଲିକ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଓଡିଶା ସରକାର, କଳାହାଣ୍ଡି ସାଂସଦ ମାଳବିକା ଦେବୀ,ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ସଇଁତଲା ପୂର୍ବତନ ବିଧାୟକ ଜଗ୍ୟେଶ୍ୱର ବାବୁ, ପୂର୍ବତନ କଳାହାଣ୍ଡି ସାଂସଦ ଅର୍କକେଶରୀ ସିଂ ଦେଓ, ଖଡ଼ିଆଳ ରାଜସାହେବ ଦେବ ଦେବ ସିଂ ଦେଓ, ଝଙ୍କଡ଼ ପାଇକ ସମାଜ ସଭାପତି ଗଜିନ୍ଦ୍ର ନାଏକ, ସମ୍ପାଦକ ଫାଲ୍ଗୁନୀ ରାଉତ, ପୂର୍ବତନ କେନ୍ଦ୍ରୀୟ ସଭାପତି ଝଙ୍କଡ଼ ପାଇକ ସମାଜ ଟଙ୍କଧର ନାଏକ, ପ୍ରସନ୍ନ ରାଉତ, ବୃଷଭ ନାଏକ, ବୀର କିଶୋର ରାଉତ, ଗଜମନ ରାଉତ, ନବୀନ ଠାକୁର, ପ୍ରମୋଦ ଠାକୁର ସହ ସମାଜ ର ବହୁ ମାନ୍ୟଗଣ୍ୟ ତଥା ବିଜେପି ର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ବିଜେପିର ଯୁବ କର୍ମୀ ତଥା ବୃନ୍ଦାବାହାଲ ଗ୍ରାମପଞ୍ଚାୟତ ସରପଞ୍ଚ ଦିନେଶ କୁମାର ରାଉତ ମଞ୍ଚ ପରିଚାଳନା କରିଥିଲେ।ନୂଆପଡା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିପୁଳ ସଂଖ୍ୟାରେ ମତଦାନ ଦେଇ ଜୟଯୁକ୍ତ କରିବା ସହ ଓଡିଶା ଓ ଭାରତ ର ପ୍ରଗତି ଓ ବିକାଶ ପଥରେ ସାମିଲ ହୋଇପାରିବେ ବୋଲି ମନ୍ତ୍ରୀ ଗୋକୁଳାନନ୍ଦ ପ୍ରକାଶ କରିଥିଲେ। ରାଜପୁତ ଜାତି ତଥା ବୀର ପାଇକ ଜାତି ବ୍ରିଟିଶ ଅମଳ ରୁ ଦେଶ ରକ୍ଷା କରି ଆସୁଛନ୍ତି। ସେହି ଜାତିର ବୀର ପୁରୁଷ ଓ ଏହିମାଟିର ଜନସାଧାରଣ ଆମ ବିଜେପି ଦଳ କୁ ସମର୍ଥନ ଜଣାଇ ଆମକୁ ନିମତ୍ରଣ କରିଥିବା ଯୋଗୁଁ ଆମ ଦଳ ପାଇଁ ଏକ ମୁଖ୍ୟ ଅଂଶୀଦାର ହୋଇ ରହିବେ ବୋଲି ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସମାଜ ର ବୁଦ୍ଧିଜୀବି ତେଜୁରାମ ନାଏକ, ଚେତୁରାମ ପ୍ରଧାନୀ, ଭଦ୍ରତନ ନାଏକ, ଶେଷଦେବ ପ୍ରଧାନୀ, ଅଭିଷେକ ଦଣ୍ଡସେନା, ପ୍ରେମାନନ୍ଦ ନାଏକ, ଚୁଡାବେଶ ନାଏକ,ମହେଶ୍ୱର ନାଏକ, ଅଭିରାମ ନାଏକ, ରଘୁମଣୀ ରାଉତ ପ୍ରମୁଖ ଓ ଅନେକ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।ଶେଷରେ ପ୍ରସନ୍ନ ରାଉତ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା।
ଝଙ୍କଡ଼ ପାଇକ ସମାଜ ସମାବେଶରେ ଉପମୂଖ୍ୟମନ୍ତ୍ରୀଙ୍କ ଯୋଗଦାନ
Saturday, November 01, 2025
0