ବୌଦ୍ଧ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗୀତା ଉଦ୍‌ଯାପିତ

ଆଜତକ ଓଡ଼ିଶା
0

କଣ୍ଟାମାଳ (ଆଜତକ ଓଡ଼ିଶା ନ୍ୟୁଜ ବ୍ୟୁରୋ) କଣ୍ଟାମାଳ ବ୍ଲକ ଦମାମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ଦ୍ବି-ଦିବସୀୟ ବୌଦ୍ଧ ଜିଲାସ୍ତରୀୟ କ୍ରୀଡ଼ା ମହାକୁମ୍ଭ ଉଦ୍‌ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡ଼ାଙ୍ଗ,ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଳାପାଳ ବିଭୁତି ଭୁଷଣ ନାୟକ,ବୌଦ୍ଧ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଆନନ୍ଦ ବେହେରା ଯୋଗଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଟେମ୍ ଲାଲ୍ ଦୂବେ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୩୨୬ ଜଣ ପ୍ରତିଯୋଗୀ ଯୋଗ ଦେଇ ଖୋଖୋ, ଯୋଗ, ଉଚ୍ଚ ଡିଆଁ,ଲମ୍ବଡିଆଁ, ଦୌଡ଼ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କୃତି ଛାତ୍ରଛାତ୍ରୀମାନେ ରାଜ୍ୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତା ପାଇଁ ଚୟନ ହୋଇଛନ୍ତି। ତିନୋଟି ବ୍ଲକର କ୍ରୀଡ଼ା ସମ୍ପାଦକ ଯଥା କଣ୍ଟାମାଳ ସୁଦାମ ଚରଣ ମିଶ୍ର, ହରଭଙ୍ଗା ଉମା ଶଙ୍କର ରାଉତ ଓ ବୌଦ୍ଧ ମନୋଜ କୁମାର ଗାଇଗରିଆ ସମେତ ବିଭିନ୍ନ ବିଦ୍ୟାଳୟ କ୍ରୀଡ଼ାଶିକ୍ଷକ ପଞ୍ଚାନନ ସାହୁ,ଅରୁଣ ଖଟୁଆ, ମହେନ୍ଦ୍ର ସାହୁ,ଆଦିନାଥ ଦାସ ସୁଧୀର ଭୋଇ,ସୁରେନ୍ଦ୍ର ନାଥ ସାହୁ,ଅମରେଶ ପ୍ରଧାନ,ଶିକ୍ଷୟତ୍ରୀ ଗାୟତ୍ରୀ ବେହେରା,ମମତା ଦାସ,ବନ୍ଦିତା ବିଶ୍ବାଳ,ମନ୍ଦାକିନୀ ବଗର୍ତ୍ତୀ,ଶୁଭଶ୍ରୀ ଡାଙ୍ଗ,ବୈଜୟନ୍ତୀ ମିଶ୍ର ଆଦି କ୍ରୀଡ଼ା ପରିଚାଳନାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।ଶିକ୍ଷକ ପ୍ରମୋଦ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଦମାମୁଣ୍ଡା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୋବିନ୍ଦ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ଦମାମୁଣ୍ଡା ବିଦ୍ୟାଳୟର ସମସ୍ତ ଶିକ୍ଷକ ତଥା କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଲ ରୂପାୟନ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default