ବିଧାୟକଙ୍କ ସହାୟତାରେ ଗାଁରେ ପହଂଚିଲା କ୍ୟାନ୍ସର ରୋଗୀର ମୃତ ଶରୀର

ଆଜତକ ଓଡ଼ିଶା
0

ଝରୀଗାଁ ରୁ ବୁଦୁରାମ ଗଣ୍ଡ ଙ୍କ ରିପୋର୍ଟ ଆଜତକ ଓଡିଶା

ଝରିଗାଁ ୦୮/୧୧ : ଝରିଗାଁ ବିଧାୟକଙ୍କ ସହାୟତାରେ ଗାଁରେ ପହଂଚିଛି କ୍ୟାନ୍ସର ରୋଗୀର ମୃତ ଶରୀର । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଝରିଗାଁ ନିର୍ବାଚନ ମଣ୍ଡଳୀର ନେହୁରା ପଂଚାୟତ ଅଧୀନରେ ଥିବା ତେଲଗାଁ ଗ୍ରାମର ସ୍ବର୍ଗତ କମଳସାଏ ଭତରାଙ୍କ ପୁଅ ରମେଶ ଭତରା ଦୀର୍ଘଦିନ ଧରି କ୍ୟାନ୍ସରରେ ପୀଡିତ ରହି କଟକ ସ୍ଥିତ କ୍ୟାନ୍ସର ମେଡିକାଲରେ ଚିକିତ୍ସିତ ହେଉଥିଲେ । ହେଲେ ଚିକିତ୍ସା ଚାଲିଥିବା ଅବସ୍ଥାରେ ହିଁ ସେ ମୃତ୍ୟୁ ବରଣ କରିଥିବା ବେଳେ ଆର୍ଥିକ ଅଭାବ ଯୋଗୁଁ ରମେଶ ଙ୍କ ମା ରତନୀ ଭତରା ଓ ସ୍ତ୍ରୀ ଫୁଲ ଭତରା ରମେଶଙ୍କ ମୃତ ଶରୀରକୁ ନିଜ ଜନ୍ମମାଟିକୁ ଫେରେଇ ଆଣିବାକୁ ଅସମର୍ଥ ଥିଲେ । ଏ ଖବରଟି ସମୀ ରଞ୍ଜନ ରୟ, ବଳରାମ ଗଣ୍ଡ, ବେନରା ସରପଞ୍ଚ ଲଖିଚନ୍ଦ୍ର ମାଝୀ ଓ ଯୋଗେନ୍ଦ୍ର ଭତରା ବିଧାୟକ ନରସିଂହ ଭତରାଙ୍କୁ ଜଣେଇବା ସହ ଆର୍ଥିକ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ |ଏହି ଦୁଃଖଦ ଖବର ଶୁଣିବା ମାତ୍ରେ ବିଧାୟକ ଶ୍ରୀ ଭତରା ସଂଗେ ସଂଗେ ଆର୍ଥିକ ସାହାଯ୍ୟ କରିଥିଲେ |ବିଧାୟକଙ୍କ ଠାରୁ ଆର୍ଥିକ ସାହାଯ୍ୟ ମିଳିବା ପରେ ଆଜି ରମେଶଙ୍କ ମୃତ ଶରୀର ଗାଁ ପହଂଚି ପାରିଛି |ଗାଁରେ ରମେଶଙ୍କ ମୃତ ଶରୀର ପହଂଚିବା ପରେ ଆତ୍ମୀୟ ସ୍ୱଜନ ଓ ବନ୍ଧୁ ବାନ୍ଧବ ଙ୍କ ଉପସ୍ଥିତିରେ ଶୋକାକୁଳ ପରିବେଶରେ ଅନ୍ତିମ ସତ୍କାର କରାଯାଇଛି |ଅନ୍ୟପକ୍ଷେ ବିଧାୟକଙ୍କ ଉଦାର ମନୋଭାବ ପାଇଁ ଅଞ୍ଚଳବାସୀ ବିଧାୟକଙ୍କୁ ଧନ୍ୟବାଦ ଜଣେଇଛନ୍ତି |

Post a Comment

0 Comments

Please Select Embedded Mode To show the Comment System.*

3/related/default