ରଥଯାତ୍ରା ସମୟରେ ପୁରୀ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ ସୁପାରିସ୍

ଆଜତକ ଓଡ଼ିଶା
0

ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ରଥଯାତ୍ରା ସମୟରେ ପୁରୀ ଗୁଣ୍ଡିଚା ମନ୍ଦିରରେ ଦଳାଚକଟା ଘଟଣା। ଉନ୍ନୟନ କମିଶନରଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍। କାର୍ଯ୍ୟରେ ଅବହେଳା ପାଇଁ ୭ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟରେ ସୁପାରିସ କରାଯାଇଛି । କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ, ଡିସିପି ବିଷ୍ଣୁପ୍ରସାଦ ପତି, କମାଣ୍ଡାଣ୍ଟ ତାପସ ଦାସ, କେକେ ନାୟକ, DSP ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁ, କମାଣ୍ଡାଣ୍ଟ ଶାରଦା ଦାଶ କାର୍ଯ୍ୟରେ ଅବହେଳା କରିଥିବା ରିପୋର୍ଟରେ ଦର୍ଶାଯାଇଛି। ଏନେଇ ଗୃହ ବିଭାଗର ଅତିରିକ୍ତ ସଚିବ, ଡିଜି ଓ ଆଇଜି ପୋଲିସକୁ ଚିଠି ଲେଖି ଏ ସମ୍ପର୍କରେ ଜଣାଇ ଦେଇଛନ୍ତି। ଚଳିତ ବର୍ଷ ୨୯ ଜୁନ୍ ରେ ରଥ ଯାତ୍ରା ଦିନ ପୁରୀ ଶରଧାବାଲିରେ ଭୋର ସମୟରେ ପ୍ରବଳ ଭିଡ଼ କାରଣରୁ ଦଳାଚକଟା ହେଇଥିଲା। ଏହି ଅଘଟଣରେ ଜଣେ ମହିଳାଙ୍କ ସହ ଦୁଇ ଜଣ ପୁରୁଷଙ୍କ ମୃତ୍ୟୁ ହୋଇଥିଲା। ତେବେ ଯେତେବେଳେ ରଥଯାତ୍ରାରେ ଏଭଳି ଘଟଣା ଘଟିଥିଲା, ସେତେବେଳେ ପୁଲିସ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କେଉଁ କାରଣରୁ ଏତେ ବଡ଼ ଅଘଟଣ ଘଟିଲା, କାହିଁକି ଦଳାଚକଟା ଭଳି ସ୍ଥିତି ସୃଷ୍ଟି ହେଲା, ସେନେଇ ଆରମ୍ଭ ହେଇଥିଲା ଛାନଭିନ୍। ଘଟଣା ୫ ମାସ ଭିତରେ ଏବେ ଉନ୍ନୟନ କମିଶନରଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍‌ କରାଯାଇଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default