ନୂଆପଡା:-୧୦ /୧୧/୨୦୨୫ (ବିରବଲ ପ୍ରଧାନ)
ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତତ୍ପରତା ସହିତ ତଲାସୀ ଅଭିଯାନ ଚାଲିଛି । ଗତ ୦୯ ତାରିଖ ରେ ବିଭାଗୀୟ ଅଧିକାରୀ ଯାଞ୍ଚ କରି ୧୫୦ ଲି ହାତ ରନ୍ଧା ମଦ, ୩୬୫୦ କେଜି ମହୁଲ ପୋଚ , ଜବତ କରିଛନ୍ତି । ଏ ସବୁର ଆନୁମାନିକ ମୂଲ୍ୟ ୨, ୧୨,୫୦୦ ଟଙ୍କା ହେବ । ଅଦ୍ୟାବଧି ଅବକାରୀ ବିଭାଗ ୮୬ ଲି ବିଅର୍, ୪୨ ଲି ବିଦେଶୀ ମଦ, ୭୮୮୮ ଲି ହାତ ରନ୍ଧା ମଦ, ୧୬୬୪ ଲି ବାହାର ଭାଟି ମଦ ,୬୦କେଜି ଗଞ୍ଜେଇ ,୧,୧୯,୭୦୫୦ କେଜି ମହୁଲ ପୋଚ ଓ ୨୦୦ ତରି ଜବତ କରିଛନ୍ତି । ଏସବୁର ଆନୁମାନିକ ମୂଲ୍ୟ ୧ କୋଟି ୩୮ ଲକ୍ଷ ୯୪ ହଜାର ୩ ୫୬ ଟଙ୍କା ହେବ । ଏହା ସହିତ ୧୧ ଗୋଟି ବାଇକ୍ , ଏକ ତିନି ଚକିଆ ଓ ଏକ ଚାରିଚକିଆ ଯାନ ମଧ୍ୟ ଅବକାରୀ ବିଭାଗ ଜବତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୨୬୫ ଟି ଅବକାରୀ କେଶ୍ ରୁଜ୍ଜୁ ହୋଇଛି ଓ ୧୪୫ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଅଧିକ୍ଷକ ଜଣାଇଛନ୍ତି । ନିର୍ବାଚନ ସମୟରେ ବେଆଇନ୍ ଅବକାରୀ ସାମଗ୍ରୀ ଚାଲାଣ ଓ କାର୍ଯ୍ୟକଳାପ ସମ୍ପୂର୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଟିମ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।


