ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ

ଆଜତକ ଓଡ଼ିଶା
0

ନୂଆପଡା : ଆଜି ନୂଆପଡ଼ା ସଦର ବ୍ଲକ ଅନ୍ତର୍ଗତ ବେଲଟୁକୁରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ର ଆୟୋଜିତ ମାତୃ ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଖରିଆର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଡକ୍ଟର ଉମାକାନ୍ତ ଭୋଇ, ଯୋଗାଣ ସହାୟିକା କନକଲତା ଦାସ, ଏବଂ ପରିଚାଳନାସମିତି ର କୋଷାଧକ୍ଷ କରନ୍ ସିଂ ମାଝୀ ସମ୍ମାନୀତ ଅତିଥି ଏବଂ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବେଲଟୁକୁରୀ ର ହିନ୍ଦୀ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜୁରାଣୀ ଚନ୍ଦ୍ର କାର ମୁଖ୍ୟବକ୍ତା ରୂପେ ଯୋଗଦେଇ ଥିଲେ । ଭାରତୀୟ ପ୍ରାଚୀନ ଜ୍ଞାନ ୠଷି ପରମ୍ପରା ର ଦେଶ ଅତୀତରେ ବିଶ୍ୱଗୁରୁର ଆସିନ ଥିଲା । ଶିଶୁ ମନ୍ଦିର ର ସଂସ୍କାରକ୍ଷମ ବାତାବରଣ ଓ ଶିକ୍ଷାଦାନ ପ୍ରଣାଳୀ ର ଭୂୟସୀ ପ୍ରଶଂସା କରିବା ସହିତ ଶିକ୍ଷା କ୍ଷେତ୍ରରେ ମାଆ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି ଗଣ ମତ ବ୍ୟକ୍ତ କରିଥିଲେ । ନିଜ ନିଜ ପିଲାମାନଙ୍କର ଭବିଷ୍ୟତ ଗଢ଼ିବା ପାଇଁ ପ୍ରଥମେ ସ୍ଵପ୍ନଦେଖିବା ସହ ସ୍ବପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସଫଳ ହୋଇଥାଏ ବୋଲି ମୁଖ୍ୟବକ୍ତା ଅଂଜୁ ଚନ୍ଦ୍ରକାର ମତ ବ୍ୟକ୍ତ କରିଥିଲେ । ଶିଶୁ ବାଟିକା ପ୍ରମୁଖ ମୋତିଲାଲ ପଟେଲ ମାତୃ ସମ୍ମିଳନୀ ର ଉଦ୍ଦେଶ୍ୟ କଥନ କହିଥିବାବେଳେ ପ୍ରଧାନ ଆଚାର୍ଯ୍ୟ ପିତାମ୍ବର ଶବର ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଚାର୍ଯ୍ୟ ସୁଷମା ନାଏକ କାର୍ଯ୍ୟକ୍ରମରେ ମଞ୍ଚ ସଞ୍ଚାଳନ କରିଥିବା ବେଳେ କୋଷାଧ୍ୟକ୍ଷ ଶ୍ରୀ ମାଝୀ ଧନ୍ୟବାଦ୍ ଜ୍ଞାପନ କରିଥିଲେ । କାର୍ଯକ୍ରମ ପରିଚାଳନା ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default