ସରଜମିନ୍ ତଦନ୍ତ ପରେ ସୁଭଦ୍ରାରେ ଯୋଡ଼ି ହେଲେ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା, ଗୃହରେ ତଥ୍ୟ ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଆଜତକ ଓଡ଼ିଶା
0

ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ସରଜମିନ୍ ତଦନ୍ତ ପରେ ସୁଭଦ୍ରାରେ ଯୋଡ଼ି ହେଲେ ୧୭ ଲକ୍ଷରୁ ଊର୍ଦ୍ଧ୍ବ ମହିଳା। ଗୃହରେ ତଥ୍ୟ ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧୭ ଲକ୍ଷ ୮୩ ହଜାର ୨୫୧ ମହିଳା ସୁଭଦ୍ରାରେ ଯୋଡ଼ି ହୋଇଛନ୍ତି । ୯୭ ଲକ୍ଷ ୫୧ ହଜାର ୪୭୯ ଜଣ ସମସ୍ତ ୩ଟି କିସ୍ତି ପାଇଛନ୍ତି। ୧ କୋଟି ୩ ଲକ୍ଷ ୮୯ ହଜାର ୮୦୧ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି । ୧ କୋଟି ୧ ଲକ୍ଷ ୯୨ ହଜାର ୭୨୪ ଦ୍ୱିତୀୟ କିସ୍ତି ପାଇଛନ୍ତି କହିଲେ ଉପମୁଖ୍ୟମନ୍ତ୍ରୀ।ସେପଟେ, ସୁଭଦ୍ରା ପାଇଁ ୧୩ କୋଟି ୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ସୁଭଦ୍ରା ପୋର୍ଟାଲର ମେଣ୍ଟେନାନ୍ସ, ହୋଷ୍ଟିଙ୍ଗ ଏବଂ ଡାଟା ସୁରକ୍ଷା ପାଇଁ ଅର୍ଥ ଖର୍ଚ୍ଚ ହୋଇଛି । ସୁଭଦ୍ରା ପୋର୍ଟାଲ, ମେଣ୍ଟେନାନ୍ସ, ଡେଭଲପମେଣ୍ଟ ଓ ସୁରକ୍ଷା ପାଇଁ ୧ କୋଟି ୫୪ ଲକ୍ଷ ୭୮ ହଜାର ଟଙ୍କା ଖର୍ଚ୍ଚ କରିଛି ବିଭାଗ । କ୍ଲାଉଡ ହୋଷ୍ଟିଙ୍ଗ ପାଇଁ ଖର୍ଚ୍ଚ ହୋଇଛି ୧୨ କୋଟି ୨୮ ଲକ୍ଷ ୧୫ ହଜାର ଟଙ୍କା ।ବିଧାନସଭା ଗୃହରେ ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

Post a Comment

0 Comments

Please Select Embedded Mode To show the Comment System.*

3/related/default