କୋଟିଆ ପିଛା ଛାଡ଼ୁନି ଆନ୍ଧ୍ର; ଗଳାବାଟ ଦେଇ ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ର ଅଧିକାରୀ

ଆଜତକ ଓଡ଼ିଶା
0

ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ବାରମ୍ବାର ବାରଣ କରାଯାଉଛି ତଥାପି ଗଳାବାଟ ଦେଇ ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ର ଅଧିକାରୀ । ରାଜ୍ୟ ସରକାର ବିଭିନ୍ନ ଯୋଜନା ସାଙ୍ଗକୁ କୋଟିଆବାସୀ ଯେପରି ସରକାରଙ୍କ ସମସ୍ତ ସୁବିଧା ଓ ଯୋଜନାରୁ ବଞ୍ଚିତ ହେବେ ନାହିଁ ସେନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସଜାଗ ହୋଇ ରହିଛନ୍ତି। କିନ୍ତୁ ଗଳାବାଟ ଦେଇ ଲୁଚିଛପି ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ର ଅଧିକାରୀ। ସାଲୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଭ୍ରାମ୍ୟମାଣ ଭ୍ୟାନ ଗତକାଲି ତଳଗଞ୍ଜେଇ ପଦର ଗାଁରେ ପହଞ୍ଚି ସ୍ୱାସ୍ଥ୍ୟସେବା ଆରମ୍ଭ କରିଥିଲା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯାନ ଆଣି ଗାଁରେ ଲୋକଙ୍କୁ ଔଷଧ ବାଣ୍ଟୁଥିଲେ ।ଘଟଣାସ୍ଥଳରେ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପହଞ୍ଚି ଆନ୍ଧ୍ର ଅଧିକାରୀଙ୍କୁ ତାଗିଦ କରିଥିଲେ । ଏଥିସହିତ ତୁରନ୍ତ ଜାଗା ଛାଡି ଚାଲିଯିବା ପାଇଁ କହିଥିଲେ । ପରେ ଅଧାରୁ ସ୍ୱାସ୍ଥ୍ୟସେବା ବନ୍ଦ କରି ଆନ୍ଧ୍ର ସ୍ୱାସ୍ଥ୍ୟ ଟିମ ଫେରି ଯାଇଥିଲେ । କିଛି ଦିନ ତଳେ କୋଟିଆରେ ଅନୁପ୍ରବେଶ କରିଥିଲେ ଆନ୍ଧ୍ର ଅଧିକାରୀ । ଆଦିବାସୀ ଆନ୍ଦୋଳନ ନେତା ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ଅବସରରେ ଆଦିବାସୀ ମେଳା ଆୟୋଜନ କରିଥିଲା ଆନ୍ଧ୍ର । କଳବଳ କୌଶଳେ କୋଟିଆର ନିରୀହ ଲୋକଙ୍କୁ ନିଜର କରିବାକୁ ଉଦ୍ୟମ ଜାରି ରଖିଛି ।ତେବେ ଆନ୍ଧ୍ରର ଅନୁପ୍ରବେଶ ରୋକିବାକୁ କୋରାପୁଟ ଜିଲାର ସୀମାନ୍ତ ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆରେ ରାଜ୍ୟ ସରକାର ତନଖି ଫାଟକ ଶୀଘ୍ର ସ୍ଥାପନ କରିବେ। ଏଥିପାଇଁ ଯୋଜନା ସରିଛି ବୋଲି କହିଛନ୍ତି ପଟାଙ୍ଗି ବିଡିଓ ରାମକୃଷ୍ଣ ନାୟକ। ନିକଟରେ ଆନ୍ଧ୍ର ଅଧିକାରୀମାନେ କୋଟିଆରେ ଅନୁପ୍ରବେଶ କରି ନିଜ ଆଡକୁ ଲୋକଙ୍କୁ ଆକର୍ଷିତ କରିବାକୁ କିଛି କାର୍ଯ୍ୟକ୍ରମ ଆୟୋଜନ କରିବା ପରେ ବ୍ଲକ ପ୍ରଶାସନ ଏଭଳି ଆଭିମୁଖ୍ୟ ଆପଣାଇଛି।କୋରାପୁଟ ଜିଲାର ବିବାଦୀୟ କୋଟିଆ ପଞ୍ଚାୟତ ସମସ୍ୟାର ସମାଧାନ ନିଶ୍ଚିତ ହେବ ବୋଲି ଜିଲାବାସୀ ଆଶା ବାନ୍ଧିଥିଲେ ହେଁ ଆନ୍ଧ୍ର ଅନୁପ୍ରବେଶ ଉଦ୍ୟମ ଜାରି ରଖିଛି। ଓଡ଼ିଶା ସରକାରଙ୍କ ସମସ୍ତ ରଣନୀତିକୁ ଭେଦ କରି ଆନ୍ଧ୍ର ପ୍ରଶାସନିକ ଅଧିକାରୀ ବାରମ୍ବାର କୋଟିଆରେ ପହଞ୍ଚି ନିଜ ଆଡକୁ ଓଡ଼ିଶାର ଲୋକଙ୍କୁ ଆକର୍ଷିତ କରିବାକୁ ଅହରହ ଉଦ୍ୟମ କରି ଚାଲିଛନ୍ତି। ଆନ୍ଧ୍ର-ଓଡିଶା ସୀମାନ୍ତ ପ୍ରବେଶ ପଥରେ ଯାଞ୍ଚ୍ ପ୍ରକ୍ରିୟା ନଥିବାରୁ ଆନ୍ଧ୍ର ପାର୍ଶ୍ବରୁ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି, ବ୍ୟବସାୟୀ ବିନା ଅନୁମତିରେ କୋଟିଆ ପଞ୍ଚାୟତରେ ଅନୁପ୍ରବେଶ କରୁଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*

3/related/default