ଜାଡ଼ରେ ଥରୁଛି ଓଡ଼ିଶା: ଆସନ୍ତା ୪ ଦିନ ପ୍ରବଳ ଶୀତ, ଦାରିଙ୍ଗବାଡ଼ି @ ୮.୫ ଡିଗ୍ରି

ଆଜତକ ଓଡ଼ିଶା
0

ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ) ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ । ସାରା ରାଜ୍ୟରେ ସର୍ବନିମ୍ନ ତାପପାତ୍ରା ୨୦ ଡିଗ୍ରୀ ତଳେ ରହିଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଆଇଏମଡିର ଆକଳନ 'ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ନାହିଁ । ଚଳିତ ସପ୍ତାହରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।' ଫୁଲବାଣୀ ଓ ଝାରସୁଗୁଡ଼ାରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏପଟେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଥଣ୍ଡା ଅନୁଭୂତ ହେବ । ଆସନ୍ତା ୩ ଦିନ ଯାଏଁ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବାର ସମ୍ଭାବନା ରହିଛି । ଏହାପରେ ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ଓଡ଼ିଶାର ଦାର୍ଜିଲିଂ ଜି. ଉଦୟଗିରି ପାରଦ ୭ଡିଗ୍ରିରେ ପହଁଚିଥିବା ରେକର୍ଡ କରିଛି ଆଞ୍ଚଳିକ କୃଷି ଗବେଷଣା ଏବଂ ପରାମର୍ଶ କେନ୍ଦ୍ର । ଚଳିତ ବର୍ଷ ବିଳମ୍ବରେ ଶୀତ ଆରମ୍ବ ହୋଇଥିବା ବେଳେ ହଠାତ ପାରଦ କମିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ସେହିପରି ଗତ ୪ଦିନ ହେବ କଟକ, ଭୁବନେଶ୍ବରରେ ମଧ୍ୟ ପାରଦ ୧୪ଡିଗ୍ରୀକୁ ଖସିଆସିଛି ।

Post a Comment

0 Comments

Please Select Embedded Mode To show the Comment System.*

3/related/default