ପବିତ୍ର ଧର୍ମ ମାସ କାର୍ତ୍ତିକ ପଞ୍ଚୁକରେ ସାଗୁନଭାଡି ଗ୍ରାମରେ ସତସଙ୍ଗ ଦର୍ଶନ କାର୍ଯ୍ୟକ୍ରମ

ଆଜତକ ଓଡ଼ିଶା
0

ସିନାପାଲି ରୁ ପରମେଶ୍ୱର ମେହେର / ଆଜତକ ଓଡ଼ିଶା
ନୂଆପଡା ଧନ ଅର୍ଜିଣ ଧର୍ମ କରି, ଧର୍ମେ ପ୍ରାପତ ନରହରି । ଏହି ଭାବରେ ଭାବବିହ୍ବଳ ସାଗୁନଭାଡି ଗ୍ରାମବାସୀ ଓ ବିଶ୍ବହିନ୍ଦୁ ପରିଷଦ ସଦସ୍ଯ ବୃନ୍ଦ। ବିଶ୍ବହିନ୍ଦୁ ପରିଷଦ ଆନୁକୁଲ୍ଯରେ ବିଭିନ୍ନ ଗ୍ରାମ ମାନଙ୍କରେ ସପ୍ତାହବ୍ଯାପି ସତସଙ୍ଗ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଗତ ଅକ୍ଟୋବର ୨୬ ତାରିଖ ଦିନ ଠାରୁ ସାରା ଭାରତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସେହିପରି ପବିତ୍ର ଧର୍ମମାସ କାର୍ତ୍ତିକ ପଞ୍ଚୁକରେ ନୂଆପଡା ଜିଲ୍ଲା, ସିନାପାଲି ବ୍ଲକ ଅନ୍ତର୍ଗତ ସାଗୁନଭାଡି ଗ୍ରାମର କାର୍ତ୍ତିକ ହବିଷିଆଳି ମାନଙ୍କ ନିମନ୍ତ୍ରଣରେ ବିଶ୍ବହିନ୍ଦୁ ପରିଷଦର କର୍ମକର୍ତ୍ତା ମାନଙ୍କ ଦ୍ବାରା ସତସଙ୍ଗ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ କାର୍ତ୍ତିକ ମାହାତ୍ମ୍ୟ, ଭାଗବତ କଥା, ନୀତିବାଣୀ ତଥା ଭଜନକୀର୍ତ୍ତନ ମାଧ୍ୟମରେ ଜନମାନସକୁ ଆଧ୍ଯାତ୍ମିକ ଚିନ୍ତାଧାରାରେ ଆପ୍ଯାୟିତ କରି , ପାଶ୍ଚାତ୍ଯ ସଭ୍ଯତା ଛାଡି ଦେବଭୂମି ଭାରତୀୟ ସଭ୍ଯତାରେ ଅନୁପ୍ରାଣିତ କରି ହିନ୍ଦୁତ୍ବକୁ ଚିରଞ୍ଜିବୀ କରିବା ମୂଳଲକ୍ଷ୍ୟ ଅଟେ । ଏହି କାର୍ଯ୍ୟକ୍ରମକୁ ବିଶ୍ବହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସହ ସମ୍ପାଦକ ଶ୍ରୀଯୁକ୍ତ ମୋହନ ଚରଣ ଦାସ, ସିନାପାଲି ପ୍ରଖଣ୍ଡ ସତସଙ୍ଗ ପ୍ରମୁଖ ଭୀଷ୍ମରାଜ ମେହେରଙ୍କ ସମେତ ଦିବାକର ଖମାରୀ,କାର୍ତ୍ତିକ ସା, କିଶୋର କୁମାର ଧୀବର ,ମନୋଜ କୁମାର ଭୋଇ, ସୁଧନ୍ନା ଧୀବର, ସୋନୁ ଭୋଇ, ସରୋଜ ସିଂ ମିନା ,ମଧୁରୀ ମାଝୀ ଓ ପ୍ରଦ୍ଯୁମ୍ନ ମେହେର ସୁଗମ ସୁନ୍ଦର ମନୋରମ ଓ ହୃଦୟସ୍ପର୍ଶୀ କରିପାରିଥିଲେ। ଏହି ସତସଙ୍ଗ କାର୍ଯ୍ୟକ୍ରମରେ ସାଗୁନଭାଡି ଗ୍ରାମର ଶତାଧିକ ଭକ୍ତ ବିଳମ୍ବିତ ରାତ୍ରୀ ପର୍ଯ୍ଯନ୍ତ ଉପସ୍ଥିତ ରହି ଭଜନକୀର୍ତ୍ତନ ସହିତ ଭାଗବତ ରସାମୃତ ପାନ କରିଥିଳେ। ବିଭିନ୍ନ ଅଞ୍ଚଳରେ ଏଭଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାଦ୍ବାରା ସନାତନ ଧର୍ମର ପ୍ରଚାର ପ୍ରସାର ହେବା ସହିତ ଭାରତୀୟ ପରମ୍ପରା ଚିରଞ୍ଜିବି ହୋଇରହିବ। ଏହି ସତସଙ୍ଗ କାର୍ଯ୍ୟକ୍ରମକୁ ସୂଚାରୁ ରୁପରେ ଆଗେଇ ନେବାପାଇଁ ସାଗୁନଭାଡି ଗ୍ରାମର ହବିଷିଆଳୀ , ସମସ୍ତ ଭକ୍ତବୃନ୍ଦ ତନ ମନ ଧନ ସହକାରେ ଯୋଗଦାନ କରିବା ସହିତ ଭାଗବତ ପ୍ରେମୀ ତଥା "ଆଁଚଳ ଟେଣ୍ଟ ହାଉସ ସାଗୁନଭାଡି" ମାଲିକ ଶ୍ରୀଯୁକ୍ତ ବୃନ୍ଦାବନ ପାତ୍ର ଏହି କାର୍ଯ୍ୟକ୍ରମକୁ ମନୋରମ କରିବାପାଇଁ ମଞ୍ଚ, ସାଉଣ୍ଡ ଓ ଆଲୋକର ସୁବ୍ଯବସ୍ଥାକରି ଏହି କାର୍ଯ୍ୟକ୍ରମଟିକୁ ସାଫଲ୍ଯ ମଣ୍ଡିତ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default