ଝରିଗାଁ : ଭାରତମାଳା ରାସ୍ତାରେ ସଡକ ଦୁର୍ଘଟଣାରେ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ଓ ଅନ୍ୟ ଜଣଙ୍କର ଗୁରୁତର ଅବସ୍ଥାରେ ଉମରକୋଟ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ , ନବରଙ୍ଗପୁର ଜିଲ୍ଲା ନନ୍ଦପୁରା ଗ୍ରାମ ପାଖ ଭାରତମାଳା ରାସ୍ତାରେ ଏକ ପିକ୍ ଅପ୍ ଯାହାର ନମ୍ବର ( CG 05 AD 1276 )ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥି ବା।ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଉମରକୋଟ ଡାକ୍ତରଖାନାରେ ନିଆଯାଇଥିଲା । ମୃତ୍ୟୁ ବ୍ୟକ୍ତି ଜଣକ ହେଲେ ଝରିଗାଁ ବ୍ଳକ ଧୋଡ୍ରା ଗ୍ରାମର ମଙ୍ଗଳି ସାହିର ଲଛମନ ମଙ୍ଗଳିଙ୍କ ପୁଅ ଅଭିମନ୍ୟୁ ମଙ୍ଗଳି (୨୨) ଏବଂ ଆହାତ ହରିହର ପଡିଆରିଙ୍କ ପୁଅ ନମନ ପଡିଆରି (୧୫) । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ ଯୋଗେ ଉମରକୋଟ ମେଡ଼ିକାଲରେ ପଠେଇ ତଦନ୍ତ ଜାରି ରଖିଛନ୍ତି ।

