ଭବାନୀପାଟଣା (ଧୀରେନ୍ଦ୍ର ସୁନାନି) , କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ର ଅନ୍ୱେଷା ହଷ୍ଟେଲ ଠାରେ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ମାତା ସରସ୍ୱତୀଙ୍କ ଫଟ ଚିତ୍ର ରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ କୁ ଆଗକୁ ବାଠାଇ ଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କେସିଙ୍ଗା ଆଦର୍ଶ ବିଦ୍ୟାଳୟ ର ଅଧକ୍ଷ ଡ଼କ୍ଟର ନୀଳମାଧବ ପଟ୍ଟନାୟକ,ସମ୍ମାନିତ ଅତିଥି ସାଗରିକା ଚିଟ୍ଟି, କେସିଙ୍ଗା ଆଦର୍ଶ ବିଦ୍ୟାଳୟର ଜୀବ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ହେମନ୍ତ ଭୋଇ ,ଅଭିଭାବକ ବିଘ୍ନରାଜ ଶବର, ସ୍ୱୟମ୍ବର୍ ଶିଖା ଏବଂ ଅନ୍ୱେଷା ହଷ୍ଟେଲ ସହ ପରିଚାଳକ ଶ୍ରୀ ଯାଦବ କନ୍ଧପାନ ଉପସ୍ଥିତ ଥିଲେ । ଅତିଥି ବୃନ୍ଦ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ କେମିତି ଉଜ୍ଜ୍ୱଳ ହେବ ସେ ଉପରେ ବିବରଣୀ ଦେଇଥିଲେ ।
ଶିଶୁ ଦିବସ ଅବସରରେ ହୋଇଥିବା ଝୁଟି, ମ୍ୟୁଜିକ ଚେୟାର,ଚିତ୍ରାଙ୍କନ ,ସାଧାରଣ ଜ୍ଞାନ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ଦ୍ୱିତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କ ମାନ ପତ୍ର ପେନ୍ ପେନ୍ସିଲ୍, ଖାତା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ସମାପନ ପରେ ଭୋଜନ କରି ଅଭିଭାବକମାନେ ସୁରୁଖୁରୁରେ ଘରକୁ ଫେରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଅନ୍ୱେଷା ହଷ୍ଟେଲ ର ସମସ୍ତ ୱାଡେନ୍ ଓ ମେଟ୍ରନ ସହଯ୍ୟସହଯୋଗ କରିଥିଲେ । ନିଉ ଲାଇଫ ସ୍କୁଲ ର ଦଶମ ଶ୍ରେଣୀ ଛାତ୍ରୀ ବିଷ୍ଣୁପ୍ରିୟା ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ,ଗଣିତ ବିଷୟ ଶିକ୍ଷକ ଗୁରୁ ପ୍ରସାଦ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।


