ପ୍ରତି ପଞ୍ଚାୟତ ରେ ଅସୁବିଧା ଭୋଗ କରୁଛନ୍ତି ଗ୍ରାମବାସୀ।
ଅସ୍ତରଙ୍ଗ (ଅଲେଖ ବିଶ୍ଵାଳ) ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ଛୁରିଆନା ପଂଚାୟତରେ ସର୍ବ ଧର୍ମ ସମ୍ମୋନୟ ପୀଠ ପୀର୍ ଜାହାନିଆଁ ବାଲିଯାତ୍ରା ପୂର୍ବରୁ ରାସ୍ତା ମରାମତି ପାଇଁ ଅସ୍ତରଙ୍ଗ ପ୍ରେସ୍ କ୍ଲବ ସଭାପତି ଶରତ କୁମାର ପରିଡା ଦାବିକରିଛନ୍ତି। ସୂଚନା ଯୋଗ୍ୟ କି ଆସନ୍ତା ନଭେମ୍ବର ୫ ଓ ୬ ତାରିଖରେ ବାଲିଯାତ୍ରା ଅନୁଷ୍ଠିତ ହେଉଅଛି। ଏଠାରେ ଲକ୍ଷାଧିକ ଭକ୍ତ ଏଠାକୁ ଆସି ପୀରବାବାଙ୍କୁ ଦର୍ଶନ କରିବା ସହ ବିସ୍ତିର୍ଣ୍ଣ ବେଳାଭୂମିରେ ଭିଡ଼ ଜମାଇଥାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା ଅସ୍ତରଙ୍ଗ ମୁଖ୍ୟ ବଜାରରୁ ହୀରାଦେଇପୁର ପର୍ଯ୍ୟନ୍ତ ସଂକୀର୍ଣ୍ଣ ରାସ୍ତା। ଯେଉଁଥିରେ ଗୋଟିଏ ଚାରିଚକିଆ ଯାନ ଆସିଲେ ଅପର ପାର୍ଶ୍ଵରୁ ଆସୁଥିବା ଯାନ ମାଟିରସ୍ତାକୁ ଗଡିବାକୁ ପଡିବ। ସେପଟେ ପିଇବା ପାଇଁ ସରକାର ଙ୍କ ପକ୍ଷରୁ ଠିକାଦାର ନିଯୁକ୍ତ ହୋଇଛନ୍ତି। ଠିକାଦାର ସେ ସବୁକୁ ପେଟିରେ ଦେଇ ନିଜ ଉପରୁ ବୋଝ ଖସେଇ ଚୁପ୍ ହୋଇ ବସିଛନ୍ତି। ସେମାନେ ରାସ୍ତା କଡ଼ରୁ ମନ ଇଚ୍ଛା ଖୋଳୁ ଛନ୍ତି କିଛି ଶୁଣୁନଥିବା ଜଣେ ଅଧିକାରୀ ନିଜ ନାମକୁ ଗୋପନରେ ରଖି କହିଛନ୍ତି।
ଗ୍ରାମ୍ୟ ଉନ୍ନୟନ ବିଭାଗ କହିବା କଥା ରାସ୍ତା ପାର୍ଶ୍ଵ ରୁ ୧ ମିଟର ଛାଡି ଖୋଳି ପାଇପ୍ ପକାଇବା ନିୟମ ରହିଛି। ଯାହାଦ୍ୱାରା ରାସ୍ତା ଉପରେ ସେତେଟା ପ୍ରଭାବ ପକାଇବନାହିଁ। କିନ୍ତୁ ତାହା ସେମାନେ ମାନୁନାହାନ୍ତି କେତେକ ସ୍ଥାନରେ ପିଚୁ ଫାଟି ଆଁ କଲାଣି ସେମାନେ ରାସ୍ତାର ପିଚୁ କଡ଼ରୁ ବା ଢ଼ଳେଇ କଡ଼ରୁ ଖୋଳି ଦେଉଛନ୍ତି ଯାହା ଦ୍ୱାରା ସାଧାରଣ ଲୋକ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି ଆହୁରି କିଛି ସ୍ଥାନରେ ରାସ୍ତାକୁ ଖୋଳି ପାଇପ୍ ପକାଇ ନେବାଦ୍ବାରା ଘରେ ଥିବା ଚାରିଚକିଆ ଯାନ ବାହାରି ପାରୁନଥିବା ଜଣେ ଅବସର ପ୍ରାପ୍ତ ନଲୋକ କର୍ମଚାରୀ ଓ ସମାଜସେବୀ ମହେଶ୍ୱର ବିଶ୍ୱାଳ ନିଜେ ଏହିଭଳି ଦୁର୍ଦଶା ଭୋଗୁଥିବା ଆମ ପ୍ରତିନିଧି ଙ୍କୁ ସରକାରଙ୍କ ବ୍ୟବସ୍ତା ଉପରେ ପ୍ରଶ୍ନ ଉଠାଇ କ୍ଷଭୋ ପ୍ରକାଶ କରିଛନ୍ତି । ତେଣୁ ରାସ୍ତା ର ପାର୍ଶ୍ୱ କୁ ଯଦି ଯେ କୌଣସି ଯାନ ଯିବ ସେ କାଦୁଅରେ ଗଳିପଡିବ କେହି ଯିବାକୁ ପ୍ରସ୍ତୁତ ନୁହନ୍ତି। ଯାହାଦ୍ୱାରା ଆଗକୁ ବାଲିଯାତ୍ରା ଆସୁଛି ତା ପରେ ପରେ ପିକ୍ ନିକ୍ ପାଇଁ ପର୍ଯ୍ୟଟକ ଙ୍କ ସୁଅ ଛୁଟେ ପୀର୍ ଜାହାନିଆଁ ପର୍ଯ୍ୟଟନ ସ୍ଥଳକୁ ତେଣୁ ହଜାର ହଜାର ଯାନ ଯିବା ଆସିବା କରିବେ ରାସ୍ତା ପାର୍ଶ୍ୱ ବଡ଼ ବଡ଼ ଖାଲ ତେଣୁ ରସ୍ତା ମରାମତି କରା ନ ଯାଏ ତେବେ ସମସ୍ୟା ସୃଷ୍ଟି ହେବ ବୋଲି ଅଭିଯୋଗ କରିଛନ୍ତି ଶ୍ରୀଯୁକ୍ତ ପରିଡା। ଶ୍ରୀଯୁକ୍ତ ପରିଡା କହିବା କଥା ଅସ୍ତରଙ୍ଗ ଠାରୁ ହୀରାଦେଇପୁର ରାସ୍ତା କିଭଳି କମ୍ ଚଉଡା କରାଗଲା ହୀରାଦେଇପୁର ଠାରୁ ଜାହାନିଆଁ ଓସାରିଆ ରାସ୍ତା କରାଗଲା ଏହା କିଭଳି ଚିନ୍ତାଧାରା ବୋଲି ଅଭିଯୋଗ କରିଛନ୍ତି। ଏବଂ ଅସ୍ତରଙ୍ଗ ଠାରୁ ହୀରାଦେଇପୁର ରାସ୍ତାକୁ ଚଉଡା କରାଯିବାକୁ ଦାବି କରିବା ସହ ତୁରନ୍ତ ରାସ୍ତା ମରାମତି କାମ କରିବା ପାଇଁ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।


