କାକଟପୁର (ଅଲେଖ ବିଶ୍ଵାଳ) କେନ୍ଦ୍ର ସରକାରଙ୍କ ଭାରତ ମାଳା ପ୍ରକଳ୍ପ ଏବଂ ଜାତୀୟ ରାଜପଥ ନିର୍ମାଣ ବିରୁଦ୍ଧରେ ଆଜି "ଉପକୂଳ କୃଷି କୃଷକ ବଞ୍ଚାଓ ସଂଘର୍ଷ ସମିତି" ତରଫରୁ କାକଟପୁର ତହସିଲ ଅଫିସ ଘେରାଓ କରାଯାଇ ଥିଲା । ଉପକୂଳ ପରିବେଶ ବିରୋଧି ତଥା କୃଷକ ବିରୋଧି ଏହି ପ୍ରକଳ୍ପ ହଜାର ହଜାର ଏକର ଚାଷଜମି, ଘରଦ୍ୱାର, ବିଦ୍ୟାଳୟ, ଦେବାଳୟ କୁ ନଷ୍ଟ କରି ଉପକୂଳ ଠାରୁ ଦଶ ପନ୍ଦର କିଲୋମିଟର ଦୂରରେ ନିର୍ମାଣ କରିବା ବନ୍ଦ କରାଯାଉ ବୋଲି ଉପକୂଳ କୃଷି କୃଷକ ବଞ୍ଚାଓ ସଂଘର୍ଷ ସମିତିର ଆବାହକ ତଥା ମାନବାଧିକାର କର୍ମୀ ଶ୍ରୀ ପ୍ରଦୀପ୍ତ ନାୟକ କହିଛନ୍ତି । ଶତାଧିକ ଦ୍ୱାରା ସଂଗଠିତ ଏହି ପ୍ରତିବାଦ ଆନ୍ଦୋଳନ କୁ ନେତୃତ୍ୱ ଦେଇ ଶ୍ରୀ ନାୟକ କହିଥିଲେ । ଏଥି ପାଇଁ ଗ୍ରାମ ସଭା କରାଯାଇ ନାହିଁ କିମ୍ବା ଲୋକ ମାନେ କିଛି ଜାଣି ନାହାନ୍ତି । ଜନସାଧାରଣ ଙ୍କୁ ଅନ୍ଧାରରେ ରଖି କାହା ସ୍ୱାର୍ଥରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି ରାଜମାର୍ଗ ନିର୍ମାଣ କରାଯିବ ବୋଲି ସନ୍ଦେହ ପ୍ରକାଶ ପାଇଛି । ଆମେ ବିକାଶ ବିରୋଧି ନୋହୁଁ, ଏହି ପ୍ରକଳ୍ପ ର ଯଦି ଆବଶ୍ୟକତା ଅଛି ତେବେ ସମୁଦ୍ର କୂଳେ କୂଳେ ନିଆଯାଉ ବୋଲି ଲକ୍ଷ୍ମୀଧର ସେଠ, ମାନସ ବିଶ୍ୱାଳ, ଈଶ୍ୱର ବେହେରା, ରବୀନ୍ଦ୍ର ନାୟକ ପ୍ରମୁଖ ଚାଷୀମାନେ କହିଥିଲେ । ପ୍ରକଳ୍ପ କୁ ବିରୋଧ କରି ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରାଇଥିଲା । ଏଠାରେ ପ୍ରକାଶ ଥାଉକି ଗତ କିଛିମାସ ତଳେ ଜାତୀୟ ରାଜପଥ ପ୍ରାଧିକରଣ ତରଫରୁ ଏହି ପ୍ରକଳ୍ପ ନିମନ୍ତେ ଡକାଯାଇଥିବା ଟେଣ୍ଡର ଏବଂ ଡି ପି ଆର ରଦ୍ଦ କରାଯାଇଥିଲା ବୋଲି ପ୍ରକାଶ ପାଇଥିଲା । ନୂତନ ଡିପିଆର ହୋଇନାହିଁ, ତେବେ ଉପକୂଳ ରାଜମାର୍ଗ ଅଥରିଟି କିପରି ନୋଟିସ ଜାରି କରି ଚାଷୀଙ୍କୁ ଜମିର କାଗଜ ପତ୍ର ଏବଂ ବ୍ୟାଙ୍କ ଆକାଉଣ୍ଟ ଆଜି ଦାଖଲ କରିବାକୁ ଡକାଇଥିଲେ । କାକଟ ପୁର ତହସିଲଦାର ତୁରନ୍ତ ସରକାରଙ୍କୁ ଆମର ପ୍ରତିବାଦ ଅବଗତ କରନ୍ତୁ । ଆଗାମୀ ଦିନରେ ଘୋର ପ୍ରତିବାଦ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ନାୟକ ଏବଂ ଚାଷୀ ମାନେ କହିଛନ୍ତି ।

