ବାଲେଶ୍ୱର, ୫/୧୧ (ଲକ୍ଷ୍ମୀଧର ବାରିକ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବରେ ଆଜି ଖଇରା ବ୍ଲକ କୁପାରି ଠାରେ ମୋ ସେବା ସଙ୍ଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ ସ୍ୱୟିଂ ସହାୟକ ଗୋଷ୍ଠୀ କେନ୍ଦ୍ରର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଖଇରା ରକ୍ତଦାତା ସଂଘ ଓ ସମ୍ବାଦ ଆମ ଓଡ଼ିଶା ସହଯୋଗରେ ଆୟୋଜିତ ଶିବିରକୁ ବିଧାୟକ ପଦ୍ମଲୋଚନ ପଣ୍ଡା, ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ସମାଜସେବୀ ଶଶି କୁମାର ସାହୁ, ବାଲେଶ୍ୱର ରକ୍ତ କେନ୍ଦ୍ରର ଡାକ୍ତର ଅନୋଲା ଜଗଦେବ ଓ ଖଇରା ରକ୍ତଦାତା ସଂଘ ସଭାପତି ସୌରଭ ରଞ୍ଜନ ମହାନ୍ତି ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡାକ୍ତର ଜଗଦେବଙ୍କ ନେତୃତ୍ୱରେ ବାଲେଶ୍ଵର ରକ୍ତ କେନ୍ଦ୍ରର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ। ସଙ୍ଗଠନର ସଭାପତି ଚନ୍ଦନ କୁମାର ସାହୁ ଓ ସମ୍ପାଦକ ଅସୀମ ଗୁପ୍ତା(ହେପି)ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରୁ ୬୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସଭ୍ୟ ବିଜୟ ପାତ୍ର, ସୌମ୍ୟରଞ୍ଜନ ପଲେଇ, ପ୍ରଭାତ ପଲେଇ, ସୌମ୍ୟରଞ୍ଜନ ପରିଡ଼ା(ବବୁଲୁ), ସ୍ମୃତିରଞ୍ଜନ ମହାପାତ୍ର, ନୋରତ୍ତମ୍ ପୁଟି, ଅମିତ ଗୁପ୍ତା, ଅଭିଶେକ ଗୁପ୍ତା, ଆଶିଷ ଗୁପ୍ତା ଓ ଉତ୍ତର ଓଡ଼ିଶା ସଂସ୍କରଣ ଆମ ଓଡ଼ିଶା ସଂଯୋଜକ ଲକ୍ଷ୍ମୀଧର ବାରିକ ଶିବିରକୁ ପରିଚାଳନା କରିଥିବା ବେଳେ ସଙ୍ଗଠନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।
କୁପାରୀ ମୋ ସେବା ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର ; ମେଳା ବୁଲିଲେ ରକ୍ତଦାନ କଲେ
Wednesday, November 05, 2025
0

Tags