ଥନଟ ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ମହାସମାରୋହରେ ପାଳିତ

ଆଜତକ ଓଡ଼ିଶା
0

ଧର୍ମଗଡ, (ପ୍ରଦୀପ ସେଠୀଆ) ଗତ ତା ୨୯.୧୦.୨୦୨୫ରିଖ ବୁଧବାର ଦିନ ଠାରୁ ତା ୦୫.୧୧.୨୦୨୫ରିଖ ବୁଧବାର ପର୍ଯ୍ୟନ୍ତ ଆଠ ଦିନ ଧରି ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଥନଟ ଗ୍ରାମରେ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ପ୍ରଭୁ ଶ୍ରୀ କାର୍ତ୍ତିକେଶ୍ୱରଙ୍କର "କାର୍ତ୍ତିକ ମାହାତ୍ମ୍ୟ" ପୁରାଣ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।।ଉକ୍ତ ପୁରାଣ ପାଠରେ କର୍ତ୍ତା ଭାବରେ ଶ୍ରୀ ଲୋକେଶ୍ୱର ନାଏକ ଓ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ପ୍ରେମାଞ୍ଜଳି ନାଏକ କାର୍ଯ୍ୟ ତୁଲାଇ ଥିବାବେଳେ ମନ୍ଦିର ପୂଜକ ଶ୍ରୀ କେଶବ ପଣ୍ଡା ଓ ତ୍ରିବିକ୍ରମ ପଣ୍ଡା ପୁରାଣ ପଠନ କରିଥିଲେ। ମଙ୍ଗଳବାର ଦିନ ରାତିରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ରାଧା କୃଷ୍ଣ ସ୍ବେଛା ସେବୀ ଅନୁଷ୍ଠାନ ଓ ଗ୍ରାମବାସୀ ଙ୍କ ସହଯୋଗରେ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବାଙ୍କ ପଲାଶ ଗ୍ରାମର ସାମାଜିକ ନାଟକ "କେତେ ତୁ କାନ୍ଦିବୁରେ ଶଙ୍କରା" ମନ୍ଦିର ପ୍ରାଙ୍ଗଣରେ ପରିବେଶିତ ହୋଇଥିଲା।ଉକ୍ତ ନାଟକର ଶୁଭାରମ୍ଭ ଅବସରରେ ମୁଖ୍ୟ ଅତିଥି ଭାବରେ ଛିଲିପା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ବିଭୁଦତ୍ତ ପ୍ରଧାନୀ ସମ୍ମାନିତ ଅତିଥି ଭାବେ ଥନଟ ଗାଁ ଗୌନ୍ତିଆ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଏକ, ନାଟ୍ୟ କଳା ମହା ସଙ୍ଘର ସଭାପତି ଶ୍ରୀଯୁକ୍ତ ପ୍ରିୟ ରଞ୍ଜନ ପଣ୍ଡା, ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ମନୋଜ କୁମାର ନାଏକ, ଗୋଲାମୁଣ୍ଡା ତହସିଲର ବରିଷ୍ଠ ସହାୟକ ଶ୍ରୀ ସତ୍ୟବାନ ନାଏକ, କଳାକାର ଶ୍ରୀ ବିଶେକ ନାଏକ, ରାଧାକୃଷ୍ଣ ସ୍ବେଛାସେବୀ ଅନୁଷ୍ଠାନ ର ସଭାପତି ଶ୍ରୀ ଗୋବିନ୍ଦ ନାଏକ, ଉପସଭାପତି ଶ୍ରୀ ଅଶ୍ୱିନ ନାଏକ, ନାଟ୍ୟ ଗୁରୁ ଶ୍ରୀ ଅଶ୍ୱିନ ସାଗର, ଗାଁ ଝାଙ୍କର ଶ୍ରୀ ରତନ ନାଏକ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥନଟ ଗାଁ ର ଭାଇଚାରା ସମ୍ପର୍କକୁ ପ୍ରଶଂସା କରିଥିବା ବେଳେ ସମ୍ମାନିତ ଅତିଥିମାନେ ମଧ୍ୟ ଥନଟ ମାଟିର ଗାରିମା କୁ ମନେପକାଇ ପ୍ରଶଂସା କରିଥିଲେ। ମଞ୍ଚ ପରିଚାଳନା ଶ୍ରୀ ମନୋଜ କୁମାର ନାଏକ ଓ ଶିକ୍ଷକ ଶ୍ରୀ ଲୋଭା ଚନ୍ଦ୍ର ନାଏକ କରିଥିଲେ।କାର୍ଯ୍ୟକ୍ରମକୁ ରାଧାକୃଷ୍ଣ ସ୍ବେଛାସେବୀ ଅନୁଷ୍ଠାନର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ। କାର୍ତ୍ତିକ ପୂର୍ଣ୍ଣିମା ଦିନ ରାଧାକୃଷ୍ଣ ସ୍ବେଛାସେବୀ ଅନୁଷ୍ଠାନ ଦ୍ୱାରା ମନ୍ଦିର ପ୍ରାଙ୍ଗଣରେ ଏକ ଅନ୍ନ ଭୋଗର ଆୟୋଜନ ମଧ୍ୟ କରାଯାଇଥିଲା।ସମସ୍ତ ଗ୍ରାମବାସୀ ଓ ଭକ୍ତବୃନ୍ଦ ଆସି ଆନନ୍ଦର ସହ ଅନ୍ନ ଭୋଗ ସେବନ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default