ଜିଲ୍ଲା ସ୍ତରୀୟ ସମବାୟ ବିକାଶ କମିଟି ବୈଠକ, କୃଷି ଓ କୃଷକର ଉନ୍ନତି ପାଇଁ ସମବାୟ ବିକାଶ ଅତ୍ୟନ୍ତ ଆବଶ୍ୟକ

ଆଜତକ ଓଡ଼ିଶା
0

ନୂଆପଡା : ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମବାୟ ବିକାଶ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ଶୂର୍ମି ସୋରେନ୍ , ଡି ଆର୍ ସି ଏସ ଶିବ ପ୍ରସାଦ ସ୍ୱାଇଁ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରିୟ ଅଧିକାରୀ ଉପସ୍ଥିତ ଥିଲେ । ସମସ୍ତଙ୍କୁ ସ୍ବାଗତ କରି ଜିଲ୍ଲାପାଳ କହିଲେ ଯେ କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି ପାଇଁ ସମବାୟ ସଂସ୍ଥାର ବିକାଶ ଅତ୍ୟନ୍ତ ଆବଶ୍ୟକ । ପ୍ରାଥମିକ ସ୍ତରରେ ଏହା କୃଷକ ମାନଙ୍କ ସମସ୍ତ ଆବଶ୍ୟକତା ପୂରଣ କରି ଗ୍ରାମାଞ୍ଚଳର କୃଷକ ମାନଙ୍କ ବିଶ୍ୱାସ ଭାଜନ ହୋଇଥାଏ । ସମବାୟ ସୁରକ୍ଷିତ ରହିଲେ କୃଷକ ସମାଜ ସମୃଦ୍ଧ ହେବ । ଏହାପରେ ଆସନ୍ତା ବର୍ଷ ପାଇଁ ନୂଆପଡ଼ା ଜିଲ୍ଲାର ସମବାୟ ବିକାଶ ଉପରେ ବିଶଦ ଆଲୋଚନା କରାଯାଇଥିଲା। ଏହି ବୈଠକ ରେ ସମସ୍ତ ସମବାୟ ସମିତି ସଭାପତି ଓ ସମ୍ପାଦକ ମାନେ ଯୋଗଦାନ କରି ନୂଆପଡ଼ା ଜିଲ୍ଲା ରେ ସମବାୟର ବିକାଶ ପାଇଁ ସୁଚିନ୍ତିତ ମତାମତ ରଖିଥିଲେ । ନୂଆପଡ଼ା ଜିଲ୍ଲାରେ ଖରିଫ ଧାନ କିଣା, ସାର ଓ ବିହନ ର ସୁବଣ୍ଟନ, କେ ସି ସି ଋଣ ପ୍ରଦାନ, ମାଇକ୍ରୋ ଏ ଟି ଏମ ଦ୍ଵାରା ଟଙ୍କା ଉଠାଣ କରିବେ।

Post a Comment

0 Comments

Please Select Embedded Mode To show the Comment System.*

3/related/default