ଦାବ୍ରି ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଇଁ ଜାଗା ଚିହ୍ନଟ ପାଇଁ ଦାବୀ ପତ୍ର

ଆଜତକ ଓଡ଼ିଶା
0


କଣ୍ଟାବାଞ୍ଜି ନ୍ୟୁଜ ବ୍ୟୁରୋ : ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ ପଞ୍ଚାୟତର ଦାବ୍ରି ଗାଁରେ ଅନେକ ବର୍ଷ ହେଉଛି ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଇଁ ଜାଗା ଚିହ୍ନଟ ହେଇନାହିଁ। ଏହା ପାଇଁ ଗାଁର ଜୟ ମା’ ଦୁଆରଶନି ୟୁଥ୍ କ୍ଲବ ପକ୍ଷରୁ ପୂର୍ବରୁ ଦୁଇ ଜଣ କର୍ମଚାରୀ  ତହସିଲଦାର ସମୀର ରଞ୍ଜନ ବେହେରା ଓ ଅମୃତ ଲାଲ ବେହେରାଙ୍କୁ ଲିଖିତ ଆବେଦନ ଦିଆଯାଇଥିଲା । ଆଜି ପୁନି ଏହି ବିଷୟରେ କଣ୍ଟାବାଞ୍ଜି ତହସିଲ କାର୍ଯ୍ୟାଳୟ ର ତହସିଲଦାର ବିଶ୍ୟନାଥ ଖାଲକୋଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ତହସିଲଦାର ମଧ୍ୟ ଜଣାଇଛନ୍ତି ଯେ, ଏହି ଫାଇଲ୍‌ଟି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଯାଇଛି, ଓ ଯେତେବେଳେ ଅନୁମୋଦନ ମିଳିବ, ସେତେବେଳେ ସ୍କୁଲ ପାଇଁ ଜାଗା ଚିହ୍ନଟ କାମ ଶୀଘ୍ର ହେବ। ଲେଖା ଦେବା ସମୟରେ ୟୁଥ୍ କ୍ଲବ ସଭାପତି ରାଜୁ ଛତ୍ରିଆ, ସଂପାଦକ ନନ୍ଦୀ କିଶୋର ଚନ୍ଦନ, ଏବଂ ଏକ୍ଟିଭ୍ ମେମ୍ବର ପ୍ରେମକାନ୍ତ ଚନ୍ଦନ (ଓକିଲ) ଉପସ୍ଥିତ ଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default