କୋରାପୁଟର ପ୍ରତିଷ୍ଠିତ ନର୍ସିଂ କଲେଜ୍ ଶୈଳବାଳା ଇନ୍ସିଟ୍ୟୁଟ୍ ଅଫ୍ ନର୍ସିଂ ଏଣ୍ଡ୍ ମେଡିକାଲ୍ ସାଇନ୍ସ୍ ରେ ଶିଶୁ ଦିବସ ପାଳିତ

ଆଜତକ ଓଡ଼ିଶା
0

କୋରାପୁଟ : କୋରାପୁଟ ଜିଲ୍ଲାର ପ୍ରତିଷ୍ଠିତ ନର୍ସିଂ କଲେଜ୍ ଶୈଳବାଳା ଇନ୍ସିଟ୍ୟୁଟ୍ ଅଫ୍ ନର୍ସିଂ ଏଣ୍ଡ୍ ମେଡିକାଲ୍ ସାଇନ୍ସ୍ ରେ ଶିଶୁ ଦିବସ  ସୁରୁଖୁରୁରେ ପାଳିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପ ଅଧ୍ୟକ୍ଷ ମିସ୍ ଲଳିତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର ଅନ୍ୟାନ୍ୟ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ମଧ୍ୟରେ ଇଂରାଜୀ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ,ମିସ୍ ବାସନ୍ତି ବିଷୋୟୀ,ମିସ୍ ଜେମିମା, ମିସ୍ ସୋଫିୟା, ମିସ୍ କୁସୁମ୍, ମିସ୍ ଗ୍ଲୋରୀ ପ୍ରମୁଖ ଯୋଗ ଦେଇ ପିଲାଙ୍କ ସହ ଶିଶୁ ଦିବସ ବହୁ ଆନନ୍ଦର ସହ ପାଳନ କରିଥିବା ଦେଖିବାକୁ ମିଳିଥିଲା । ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ନିଜ ଅଭିଭାଷଣରେ ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ ସହ ତୁଳନା କରିବା ସହ ଶିଶୁ ମାନଙ୍କୁ ଗଛର ଫୁଲ ସହ ତୁଳନା କରିଥିବା ସହ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ  ଜବାହରଲାଲ୍ ନେହେରୁଙ୍କ ଜନ୍ମ ଦିବସକୁ ଶିଶୁ ଦିବସ ରୂପେ ପାଳନ ସାରା ଦେଶରେ ପାଳନ କରାଯାଉଅଛି ବୋଲି ଅଭିଭାଷଣ ରଖିବା ସହ ପିଲାମାନେ କିଭଳି ଭଲ ପାଠ ପଢି ଭବିଷ୍ୟତରେ ଏକ ସୁନାଗରିକ ରୂପେ ନିଜକୁ ଗଢି ତୋଳିବେ ବାର୍ତ୍ତା ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା । ଏହି ଉତ୍ସବରେ ପିଲାଙ୍କୁ କେକ୍ ଏବଂ ଚକୋଲେଟ୍ ବଣ୍ଟନ କରାଯିବା ସହ ବେଶ୍ ଆନନ୍ଦ ଉତ୍ସାହର ସହ ଶିଶୁ ଦିବସ ପାଳନ କରାଯାଇଥିବା ଦେଖିବାକୁ ମିଳିଅଛି । ପରିଶେଷରେ ଅନୁଷ୍ଠାନର ଉପ ଅଧ୍ୟକ୍ଷ ମିସ୍ ଲଳିତା ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default