ବେଲପଡା କଲେଜରେ ଶିକ୍ଷକ ଓ ଅଭିଭାବକଙ୍କ ସାଧରଣ ବୈଠକ

ଆଜତକ ଓଡ଼ିଶା
0

ବଲାଙ୍ଗିର :୧୪/୧୧ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି ! ଉକ୍ତ ସଭାରେ ମହାବିଦ୍ୟାଳୟର ପ୍ରାଧ୍ୟାପକ ତନ୍ମୟ କୁମାର ପାଣିଗ୍ରାହୀ,ଓଡ଼ିଆ ବିଭାଗ ମୁଖ୍ୟ ମନୋଜ କୁମାର ମହାକୁଡ଼, ଧନ୍ଦାମୂଳକ ଶିକ୍ଷାର ସୂର୍ଯ୍ୟମଣି ମେହେର,ଶିକ୍ଷକ -ଅଭିଭାବକ ସଦସ୍ୟ ଅମୀୟ କୁମାର ବାବୁ ମଞ୍ଚାସିନ ଥିଲେ ! ଉପସ୍ଥିତ ଅଭିଭାବକମାନେ ନିଜ ନିଜ ପୁଅ -ଝିଅଙ୍କ ସମସ୍ୟା ଉପରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ! ଅଧ୍ୟକ୍ଷ ଏ ପ୍ରଶ୍ନ ଗୁଡିକର ଯଥାର୍ଥ ଉତ୍ତର ରଖିଥିଲେ ! ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣ -ଶିକ୍ଷକ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ ! ସମଗ୍ର କାର୍ଯ୍ୟକ୍ରମକୁ ଇତିହାସ ବିଭାଗର ଅଧ୍ୟାପକ ସୁଦାମ ଚନ୍ଦ୍ର ମହାପାତ୍ର ପରିଚାଳନା କରିଥିବା ବେଳେ ଅଧ୍ୟାପକ ଅମୀୟ କୁମାର ବାବୁ ଧନ୍ୟବାଦ ଅର୍ପଣ କରିଥିଲେ !

Post a Comment

0 Comments

Please Select Embedded Mode To show the Comment System.*

3/related/default