ବଲାଙ୍ଗିର ୧୪/୧୨ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସଭା ଗୃହରେ ସିଡିପିଓ ବିଦ୍ୟୁତ ପ୍ରଭା ନାଗଙ୍କ ଅଧ୍ୟକ୍ଷତାରେ ସାପ କାମୁଡା ଓ ବଜ୍ରଘାତରୁ ଜୀବନକୁ କିପରି ରକ୍ଷା କରିପାରିବେ ସେଥିପ୍ରତି ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିର ରେ ମୁଖ୍ୟ ଅତିଥି ଭାବରେ ବେଲପଡା ତହସିଲଦାର ଅଭିଷେକ କିସାନ,ସମ୍ମାନିତ ଅତିଥି ଭାବରେ ଅଗ୍ନି ନିରାପତ୍ତା ବାହିନୀର ଡୋଲାମଣି ସୁନା,ସିଏଚସି ପିଏଚଇଓ ମଞ୍ଜୁଲତା ସେଠି,ପଶୁ ସମ୍ପଦ ବିଭାଗର ଶଙ୍କର ମେହେର, ସମସ୍ତ ସୁପରଭାଇଜର କର୍ମ କର୍ତ୍ତା ମଞ୍ଚାସିନ ଥିଲେ ! ଫ୍ଲେକ୍ସ ଓ ପ୍ରଚାର ପତ୍ର ମାଧ୍ୟମରେ ସାପ କାମୁଡା ଓ ବଜ୍ରଘାତରେ କଣ କରିବା ଦରକାର ଓ କଣ ନ କରିବା ଦରକାର ମଞ୍ଚାସିନ ଅତିଥି ମାନେ ସଚେତନତା ବାର୍ତା ବୁଝାଇ କହିଥିଲେ । ଉକ୍ତ କାର୍ଯକ୍ରମରେ ବିଏଲସି ଜୁଲି ଛତ୍ରିଆ,ଏମବିକେ, ସିଆରପି, ଅଙ୍ଗନୱାଡି କର୍ମୀ, ସହାୟିକା ପ୍ରମୁଖ ଉପସ୍ଥିତ ଥିଲେ !
ବେଲପଡା ବ୍ଲକ ସ୍ତରୀୟ ସାପ କାମୁଡା ଓ ବଜ୍ରଘାତରୁ ଜୀବନ ରକ୍ଷା ନିମନ୍ତେ ସଚେତନତା ଶିବିର
Friday, November 14, 2025
0

Tags