ଖପ୍ରାଖୋଲ ମହୋତ୍ସବ ଉଦ୍ଘାଟନ

ଆଜତକ ଓଡ଼ିଶା
0

ବଲାଙ୍ଗିର (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ  ମହୋତ୍ସବ  କମିଟିର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ସ୍ଥାନୀୟ ଗ୍ରାମଦେବୀ ଡୁମେର ତଳିଏନ ମନ୍ଦିର ଠାରୁ ପାରମ୍ପରିକ ମଶାଲ ଯାତ୍ରା ବାହାର କରାଯାଇ  ପଡିଆ ପର୍ଯ୍ୟନ୍ତ ଯାଇ ଉତ୍ସବର ଅରମ୍ଭ ସଙ୍କେତ ଦିଆଗଲା। ମଶାଲ ଯାତ୍ରାର ଅବତରଣ ସହିତ ସମଗ୍ର ଅଞ୍ଚଳ ଉତ୍ସବମୁଖର ପରିବେଶରେ ପରିଣତ ହେଇଥିଲା । ନଭେମ୍ବର ୩୦ ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମହୋତ୍ସବରେ ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ, ଲୋକସଂଗୀତ, ନୃତ୍ୟ–ନାଟ୍ୟ ଓ ବିଶେଷକରି ପାର୍ବତୀ ଗଣନାଟ୍ୟ ଆୟୋଜିତ ହେବାକୁ ଥିବାରୁ ଗ୍ରାମଞ୍ଚଳରେ ଉତ୍ସାହ ପରିଲକ୍ଷିତ ହେଉଛି। ଏହି ମହୋତ୍ସବର ସଫଳ ଆୟୋଜନ ପାଇଁ କମିଟି ସଭାପତି ବୁଲୁ ପଣ୍ଡାଙ୍କ ସଭାପତିତ୍ୱରେ ଡୋଲାମଣି ସାହୁ, ରଞ୍ଜନ ସାହୁ, ସତ୍ୟ ବାଗ, ବିନୋଦ ସାହୁ, ହାକା ପଧାନ, ବାଦଲ ଦଣ୍ଡସେନା, ଉଦ୍ଧବ ମେହେର, ତେଜରାଜ ଦଣ୍ଡସେନା, ସନ୍ତୋଷ ପଧାନ, ରାଜୁ ସାହୁ, ଅରକ୍ଷିତ ସାହୁ, କୁନୁ ସାହୁ ଓ ଆଶିଷ ଭୋଇ ସହ ସମସ୍ତ ସଦସ୍ୟ ନିରନ୍ତର ପ୍ରୟାସରେ ଲାଗିଥିବା ଦେଖିବାକୁ ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default