ନୂଆପଡା ଉପନିର୍ବାଚନ: ଭୋଟଗଣତି ପାଇଁ ଅଧିକାରୀମାନଙ୍କୁ ଶେଷ ତାଲିମ ଓ ନିଯୁକ୍ତିପତ୍ର ପ୍ରଦାନ

ଆଜତକ ଓଡ଼ିଶା
0

ସ୍ବଚ୍ଛ ଓ ପାରଦର୍ଶୀ ଗଣନା ହେବ — ଜିଲ୍ଲାପାଳ



ନୂଆପଡା, ୧୩/୧୧: ନୂଆପଡା ବିଧାନସଭା ଉପନିର୍ବାଚନରେ ମତଦାନ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ ହେବା ପରେ ସମସ୍ତ ୩୫୮ଟି ବୁଥରୁ EVM ଓ VVPAT ମେସିନ୍‌ଗୁଡିକୁ କଟକଟି ସୁରକ୍ଷା ମଧ୍ୟରେ ନେସନାଲ କଲେଜ ଷ୍ଟ୍ରଙ୍ଗ ରୁମରେ ସଂରକ୍ଷିତ କରାଯାଇଛି। ଆସନ୍ତା ୧୪ ନଭେମ୍ବରରେ ହେବାକୁ ଥିବା ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଏହା ସମ୍ବନ୍ଧରେ ଆଜି କାଉଣ୍ଟିଂ ସୁପରଭାଇଜର, ଆସିଷ୍ଟାଣ୍ଟ ଓ ମାଇକ୍ରୋ ଅବଜର୍ଭରମାନଙ୍କୁ ଶେଷ ତାଲିମ ପ୍ରଦାନ କରାଗଲା। ଜିଲ୍ଲାପାଳ-cum-ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ କହିଥିଲେ, ଜିଲ୍ଲା ପ୍ରଶାସନ ଓ ଅଧିକାରୀମାନଙ୍କ ଏକତ୍ର ପ୍ରୟାସରୁ ୮୩.୪୫ ପ୍ରତିଶତ ମତଦାନ ସହିତ ନୂଆପଡା ସମଗ୍ର ଦେଶରେ ପ୍ରଥମ ସ୍ଥାନରେ ରହିଛି। ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ।


ଜିଲ୍ଲାପାଳ ଅଧିକାରୀମାନଙ୍କୁ କହିଲେ ଯେ,

  • ଭୋଟଗଣନାର ଦିନ ଭୋର ୫ଟାରେ NIC ଦ୍ୱାରା ରାଣ୍ଡମାଇଜେସନ ହେବ।
  • ୧୪ଟି ଟେବୁଲରେ EVM ଗଣନା ଏବଂ ଗୋଟିଏ ଟେବୁଲରେ ପୋଷ୍ଟାଲ ବାଲଟ ଗଣାଯିବ।

  • ସକାଳ ୮ଟାରେ ପୋଷ୍ଟାଲ ବେଲଟ ଗଣତି ଆରମ୍ଭ ହେବ, ତା’ପରେ 8.30amରେ EVM ଗଣନା ହେବ।

  • ସମୁଦାୟ ୨୬ ରାଉଣ୍ଡ ରେ ଗଣନା ସମାପ୍ତ କରାଯିବ।
  • EVM ଫଳାଫଳକୁ ଫର୍ମ 17C ସହ ମେଳ କରାଯିବ।

  • ପାରଦର୍ଶିତା ପାଇଁ ପାଞ୍ଚଟି ବୁଥର VVPAT ସ୍ଲିପ ମେଳ କରାଯିବ।

ଗଣନା କକ୍ଷରେ ମୋବାଇଲ୍ ପ୍ରବେଶ ନିଷେଧ ରହିବ ଏବଂ ସମଗ୍ର ପ୍ରକ୍ରିୟା CCTV ନଜରରେ ରେକର୍ଡିଂ ସହ କରାଯିବ। ପ୍ରତି ରାଉଣ୍ଡ ଶେଷରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯିବ।

ଗଣନା ସମୟରେ ପ୍ରାର୍ଥୀ କିମ୍ବା ତାଙ୍କ ମନୋନୀତ ଏଜେଣ୍ଟମାନେ ଉପସ୍ଥିତ ରହି ପାରିବେ। ଅଧିକାରୀମାନଙ୍କୁ ଗଣନା ପ୍ରକ୍ରିୟା ପାରଦର୍ଶିତା ଓ ନିଷ୍ପକ୍ଷତା ସହ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଲେ।ଶେଷ ରାଉଣ୍ଡ ପରେ Returning Officer ବିଜେତା ପ୍ରାର୍ଥୀଙ୍କ ନାମ ଘୋଷଣା କରି ନିର୍ବାଚନ ପ୍ରମାଣପତ୍ର ପ୍ରଦାନ କରିବେ।

ତାଲିମ୍ ଶେଷରେ ସମସ୍ତ ଗଣତି ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଓ ଉପଜିଲ୍ଲାପାଳ ସୁର୍ମି ସୋରେନ୍ ଉପସ୍ଥିତ ଥିଲେ।

ଜିଲ୍ଲାପାଳ ଆହ୍ବାନ କଲେ —

“ଭୋଟ ଗ୍ରହଣ ଭଳି ଗଣନା ମଧ୍ୟ ସ୍ବଚ୍ଛ, ସୁସ୍ଥ ଓ ପାରଦର୍ଶୀ ଭାବରେ ହୋଇ ଜନମନର ବିଶ୍ୱାସ ଅବିକଳ୍ପ ରହିବା ଆମ ଲକ୍ଷ୍ୟ।”

Post a Comment

0 Comments

Please Select Embedded Mode To show the Comment System.*

3/related/default