ନୂଆପଡ଼ା : (ବିରବଲ ପ୍ରଧାନ) ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବିତରଣ ଏବଂ ଗ୍ରହଣ କେନ୍ଦ୍ରରେ ନିଯୁକ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଆଜି ଜିଲ୍ଲାପାଳ-cum-ଜିଲ୍ଲା ନିର୍ବାଚନ ଅଧିକାରୀ ତାଲିମ ପ୍ରଦାନ କଲେ। ୧୦ ତାରିଖରେ ନ୍ୟାସନାଲ କଲେଜ୍ର Dispersal Center ଠାରୁ ପୋଲିଂ ଟିମ୍ମାନେ EVM, VVPAT ଓ ଆବଶ୍ୟକ ସାମଗ୍ରୀ ସହ ବୁଥ୍ ଅଭିମୁଖେ ଯିବେ। ଭୋଟିଂ ଶେଷ ପରେ ସମସ୍ତ ସାମଗ୍ରୀ Receipt Center କୁ ପ୍ରତ୍ୟାବର୍ତ୍ତନ କରାଯିବ। ତାଲିମ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ଓ ରିଟର୍ଣିଂ ଅଫିସର ସୁର୍ମି ସୋରେନ, ଡେପୁଟି କଲେକ୍ଟର (ନିର୍ବାଚନ) ଶେଖ୍ ନସିମ ଆଦି ଉପସ୍ଥିତ ଥିଲେ। ସମସ୍ତଙ୍କୁ ବିତରଣ, ସଂଗ୍ରହ, ସୁରକ୍ଷା, ସାମଗ୍ରୀ ଯାଞ୍ଚ ଓ ସମନ୍ୱୟ ସମ୍ପର୍କରେ ଖୁଟିନାଟି ଦେଶନା ପ୍ରଦାନ କରାଗଲା। ଜିଲ୍ଲାପାଳ ସ୍ପଷ୍ଟ କଲେ ଯେ ନିର୍ବାଚନ ପରିଚାଳନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ହେଉଛି Dispersal ଓ Receipt ପ୍ରକ୍ରିୟା। ସମସ୍ତ ଅଧିକାରୀ-କର୍ମଚାରୀଙ୍କୁ ସମର୍ପିତ ଓ ସତର୍କ ଭାବରେ କର୍ତ୍ତବ୍ୟ ନିର୍ବାହ ପାଇଁ ସେ ଆହ୍ବାନ ଜାରି କଲେ।
ନୂଆପଡ଼ା ଉପନିର୍ବାଚନ: ବିତରଣ-ଗ୍ରହଣ କେନ୍ଦ୍ର ଦଳକୁ ତାଲିମ ସମର୍ପିତ ଦାୟିତ୍ୱ ପାଇଁ ଜିଲ୍ଲାପାଳଙ୍କ ଆହ୍ବାନ
Saturday, November 08, 2025
0