ନୂଆପଡା ଉପନିର୍ବାଚନରେ ସାନ୍ତିପୂର୍ଣ୍ଣ ଭାବରେ ମତଦାନ ସମାପ୍ତ

ଆଜତକ ଓଡ଼ିଶା
0

ନୂଆପଡା: ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହୋଇଥିବା ଉପନିର୍ବାଚନ ଆଜି ସାନ୍ତି ଓ ସୃଙ୍ଖଳାପୂର୍ଣ୍ଣ ଭାବରେ ସମାପ୍ତ ହୋଇଯାଇଛି। ଏହି ଉପନିର୍ବାଚନରେ ସର୍ବମୋଟ ୧୪ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ବଳବତ୍ତ ରହିଥିଲା। ତିନି ପ୍ରମୁଖ ଦଳ — କଂଗ୍ରେସ, ବିଜେପି ଓ ବିଜେଡ଼ି — ମଧ୍ୟରେ ହୋଇଥିବା ଏହି ରଣକ୍ଷେତ୍ର ନିର୍ବାଚନ ରାଜ୍ୟର ରାଜନୈତିକ ମଞ୍ଚରେ ବିଶେଷ ଚର୍ଚ୍ଚାରେ ରହିଛି। ଏହି ସମୟରେ ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜେପି ଦଳରେ ଯୋଗଦେଇଥିବା ଘଟଣା ମଧ୍ୟ ଆକର୍ଷଣ କେନ୍ଦ୍ର ହୋଇଥିଲା। ସୂଚନା ଅନୁସାରେ, ମତଦାନ ପ୍ରକ୍ରିୟା ସମୟରେ ଭୋଟ ଡ୍ୟୁଟିରେ ଥିବା ଦୁଇଜଣ ଶିକ୍ଷକଙ୍କୁ କିଛି ତୃଟିପୂର୍ଣ୍ଣ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଛି। ଏହି ସତ୍ତେ ମତଦାନ ପ୍ରକ୍ରିୟା ସାନ୍ତିପୂର୍ଣ୍ଣ ଭାବରେ ଚାଲିଥିଲା ଏବଂ ମତଦାତାମାନେ ଉତ୍ସାହିତ ହୋଇ ମତଦାନ କରିଥିଲେ। ମତଦାତାଙ୍କ ପାଇଁ ପ୍ରଶାସନ ତରଫରୁ ବିଭିନ୍ନ ସୁବିଧା ସହିତ ସଜାଗତା ଓ ସୁରକ୍ଷା ବ୍ୟବସ୍ଥା ହୋଇଥିଲା। ବିପୁଳ ମାତ୍ରାରେ ସୁରକ୍ଷା ବାହିନୀଙ୍କ ନିୟୋଜନ ମଧ୍ୟ ଦେଖିବାକୁ ମିଳିଲା।

ନୂଆପଡା ଜିଲ୍ଲା ରୁ — ପରମେଶ୍ୱର ମେହେରଙ୍କ ରିପୋର୍ଟ ।



Post a Comment

0 Comments

Please Select Embedded Mode To show the Comment System.*

3/related/default