କଣ୍ଟାବାଞ୍ଜି: ଆର.ଏସ.ଆର.ଏସ୍ କ୍ଲବ ଦ୍ୱାରା ପଞ୍ଚମ ଥର ପାଇଁ ଆୟୋଜିତ ଲୋକାଲ ଲିଗ କ୍ରିକେଟ ଟୁର୍ନାମେଣ୍ଟର ଶୁଭାରମ୍ଭ ସ୍ଥାନୀୟ କଣ୍ଟାବାଞ୍ଜି ରେଲୱେ ଖେଳ ପଡିଆରେ ହୋଇଛି। ଏହି ବର୍ଷ ରେକର୍ଡ ୧୫ଟି ଲୋକାଲ ଦଳ ଭାଗ ନେଇଛନ୍ତି, ଯାହା ଗୁଟେ ଛୋଟ ଟାଉନ ପାଇଁ ଗର୍ବ ଓ ଗୌରବର ବିଷୟ।
ପ୍ରଥମ ଦିନର ମ୍ୟାଚରେ ସାହାରା ଦଳ ଓ ରୟଲସ୍ ରିଭଲିଉସନ୍ସ ମଧ୍ୟରେ ରୋମାଞ୍ଚକ ମୁକାବିଲା ହୋଇଥିଲା। ରୋମାଞ୍ଚକ ପରିସ୍ଥିତି ମଧ୍ୟରେ ସାହାରା ଦଳ ରୟଲସ୍କୁ ୨ ରନରେ ପରାସ୍ତ କରି ବିଜୟ ହାସଲ କରିଛି।
ଏହି ମ୍ୟାଚରେ ଦୀପକ ହାତୀଙ୍କୁ ଶ୍ରେଷ୍ଠ ଖେଳାଳି (Man of the Match) ଭାବେ ପୁରସ୍କୃତ କରାଯାଇଛି। ଅମ୍ପାୟର ଭାବେ ମୁହମ୍ମଦ ଶାହାବାଜ ଖାନ, ବେଣୁଧର ସେଠ ଓ ମିଥୁନ ତାଣ୍ଡି ଦାୟିତ୍ୱ ତୁଳାଇଥିଲେ। ସ୍କୋରର ଥିଲେ ଜିତେଶ ବଗର୍ତି, ଯେଉଁଠି ଭାସ୍ୟାକାର ଭାବେ ଶିବା ତାଣ୍ଡି ଓ ହେପି ଯାଦବ ଥିଲେ। ମ୍ୟାଚ ଆରମ୍ଭ ପୂର୍ବରୁ ସ୍ବର୍ଗୀୟ ମୁରଲୀ ଭୁକ୍ତାଙ୍କ ଆତ୍ମାର ଶାନ୍ତି ପାଇଁ ଦୁଇ ମିନିଟ ପାଇଁ ନିରବତା ପାଳନ ଓ ପ୍ରାର୍ଥନା କରାଯାଇଥିଲା।
ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଥିଲେ ଆନିଆ ଜିମ୍ ର ମାଲିକ ଏବଂ ସମାଜସେବୀ ରାଜେଶ ରାଓ, ଏବଂ ସମ୍ମାନିତ ଅତିଥି ଭାବେ ଯୁଗଳ କିଶୋର ଶବର ଯୋଗ ଦେଇଥିଲେ।
ଏହି ଟୁର୍ନାମେଣ୍ଟକୁ ସଫଳ କରିବା ପାଇଁ ସ୍ମିଥ ଦଳେଇ, ସମୀର ପାଟଣାୟକ, ବେଣୁଧର ସେଠ, ଶିବରାଜ ପାଣିଗ୍ରାହୀ, ଆରିଫ ମହମ୍ମଦ, ଅବଦୁଲ ରେହାନ, ସମୀର ଖାନ, ବାଦଲ ହାତୀ, ରାଜପାଲ ସିଂ, ମିଥୁନ ତାଣ୍ଡି, ଶ୍ୟାମ ବଚ୍ଛା, ଚରଣ କୁମାର, ଶିବେକ ସୁନା ଓ ଦୁବରାଜ ନାୟକ ନିଜ ନିଜ ଦାୟିତ୍ୱ ନିଷ୍ଠାର ସହ ତୁଳାଇଥିଲେ।

