ରାଷ୍ଟ୍ର ଶୌର୍ଯ୍ୟ ସମୃଦ୍ଧି ୨୪ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ଭୂମି ପୂଜନ ଓ ଦେବ ଦମ୍ପତ୍ତି ସମ୍ମିଳନୀ ଉତ୍ସବ ,ଗଣ୍ତାବାହାଲି

ଆଜତକ ଓଡ଼ିଶା
0

ସିନାପାଲି (ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ପବିତ୍ର ମାଟିରେ ରାଷ୍ଟ୍ର ଶୌର୍ଯ୍ୟ ସମୃଦ୍ଧି ୨୪ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ପାଇଁ ପୂଜନ ତଥା ଦେବ ଦମ୍ପତ୍ତି ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଶାନ୍ତିକୁଜ୍ଞ ହରିଦ୍ଵାରରୁ ପ୍ରତିନିଧି ଭାବରେ ଶ୍ରୀ ମିନିକେତନ ପାତ୍ର  ଉପସ୍ଥିତ ରହିଥିଲେ । ସମାଜିକ ସଂସ୍କାର, ନାରୀ ସଶକ୍ତିକରଣ,ସଂସ୍କୃତିର ରକ୍ଷା,ପାରିବାରିକ ସୁସଂପର୍କ ପ୍ରତିଷ୍ଠା, ପରିବେଶ ସୁରକ୍ଷା, ନିଶାମୁକ୍ତ ରାଷ୍ଟ୍ର ଗଠନ, କୁସଂସ୍କାର ଦୂରୀଭୂତ ଉଦେଶ୍ୟରେ ଆଗାମୀ ଜାନୁଆରୀ ୬ ତାରିଖ ହେବାକୁ ଥିବା ଭବ୍ୟ ଗାୟତ୍ରୀ ମହାଯଜ୍ଞ ପାଇଁ ଭୂମି ପୂଜନ କରାଯାଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦାନକରି ଧ୍ଵଜା ରୋହଣ କରିବା ସହ ଶୁଭଖମ୍ବ ସ୍ଥାପନ କରିଥିଲେ, କାର୍ଯ୍ୟକ୍ରମ ରେ ଆମନ୍ତ୍ରିତ ହୋଇ କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ବରିଷ୍ଠ ବିଜେପି ନେତା ଲମ୍ବୋଦର ନିଆଲ, ପୂର୍ବତନ ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁର ପ୍ରମୁଖ ଯୋଗ ଦେଇଥିଲେ । ମାନବୀୟ ମୂଲ୍ୟବୋଧ ବିଷୟରେ ଉପସ୍ଥିତ ଯିବି ସଜ୍ଜନ ମଣ୍ଡଳୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । ମୁଖ୍ୟ ଯଜ୍ଞକର୍ତ୍ତା ତୁଳସୀ ରାମ ମେହେର ଓ ତାଙ୍କ ଧର୍ମପତ୍ନୀ ଭଞ୍ଜନୀ ମେହେର ତଥା‌ ଗ୍ରାମର ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥାପିତ ରହି ଭୂମି ପୂଜନ ହୋଇଥିଲା । ଦେବ ଦମ୍ପତ୍ତି ପରସ୍ପରକୁ ମାଲ୍ୟାର୍ପଣ କରି ଦାମ୍ପତ୍ୟ ଜୀବନ ସୁଖମୟ ପାଇଁ ସଂକଳ୍ପ କରିଥିଲେ ।ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଦେବ ଦମ୍ପତ୍ତି ଯୋଗଦେବା ସହ ଅଞ୍ଚଳରୁ ଅନେକ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ ।ଭଜନସଂଗୀତ ତଥା ଦିବ୍ୟପ୍ରବଚନ ମାଧ୍ୟମରେ ସମସ୍ତେ ସାମିଳ ହେବା ସହ ଯଜ୍ଞରେ ଅନ୍ନଭୋଗ ଗ୍ରହଣ କରିଥିଲେ । ଗଣ୍ତାବାହାଲି ଗ୍ରାମର ବରିଷ୍ଠ କର୍ମକର୍ତ୍ତା, ଯୁବଗୋଷ୍ଠୀ,ମହିଳାମଣ୍ତଳୀ ତଥା ଗାୟତ୍ରୀ ଶକ୍ତିପୀଠ ସିନାପାଲି ଓ ହାତୀବନ୍ଧାର ସଦସ୍ୟ , ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ,ଉପଜୋନ ସ୍ତରୀୟ କର୍ମକର୍ତ୍ତା ଓ ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳିଭୂତ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default