ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ପଞ୍ଚାୟତରେ ବିଜେପୁର ଆର.ଡ଼ି ରାସ୍ତା ରୁ ସିମାଞ୍ଚଳ ଘର ପର୍ଯ୍ୟନ୍ତ ଗୋଟିଏ ମୁରୁମ ମେଟାଲ ରାସ୍ତା ତିଆରି ହୋଇଛି, ଏହି ରାସ୍ତା କାମଟି ବହୁତ ନିମ୍ନମାନର କାମହୋଇଛି ବୋଲି ମାଣ୍ଡୋସିଲ ଗ୍ରାମ ବାସି ସିମାଞ୍ଚଳ ଶବର ଅଭିଯୋଗ କରିଛନ୍ତି, ସେ କହିଥିଲେ ଯେ ଆଠ - ଦଶ ଟ୍ରିପ ମେଟାଲ ଓ ମୁରୁମ ରେ ଏହି ରାସ୍ତା ଟି ତିଆରି ହୋଇଛି, ଏହି ରାସ୍ତାଟି ଭଲ ଭାବରେ ତିଆରି ହୋଇନାହିଁ, ଏହି ରାସ୍ତା ଟି ପଚାଶ ମିଟର ଅଛି ଓ ରାସ୍ତା ଟି ଚାରି ଲକ୍ଷ କୋଡିଏ ହଜାର ଟଙ୍କାର ଅଟେ, ଏହି ରାସ୍ତାଟି ସରପଞ୍ଚ ଙ୍କ ସ୍ୱାମୀ ବାସୁଦେବ ପାନ ଠିକାଦାର ବୋଲି ସିମାଞ୍ଚଳ ଶବର କହିଥିଲେ ଓ ଏହି ରାସ୍ତା କୁ ମରାମତି ପାଇଁ ପ୍ରଶାସନ କୁ ଅନୁରୋଧ କରିଥିଲେ।
ଖଡ଼ିଆଳ ରୁ ପରମେଶ୍ୱର ମେହେର ଙ୍କ ରିପୋର୍ଟ

