ବ୍ରହ୍ମପୁର ବାଣିଜ୍ୟ ମେଳାରେ ଆୱାରନେସ ପ୍ରୋଗ୍ରାମ୍, ୫୦ ପ୍ରତିଭା ସମ୍ମାନୀତ

ଆଜତକ ଓଡ଼ିଶା
0

ବ୍ରହ୍ମପୁର । ସ୍ଥାନୀୟ ଷ୍ଟିଫେନ୍ସ ଚର୍ଚ୍ଚ ରୋଡ଼ ଗ୍ରାଉଣ୍ଡରେ ଆୟୋଜିତ ବ୍ରହ୍ମପୁର ବାଣିଜ୍ୟ ମେଳାରେ ଆଜି ଏକ ଆୱାରନେସ ପ୍ରୋଗ୍ରାମ୍ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶଶାଙ୍କ କୁମାର କାନୁନଗୋ, ମୁଖ୍ୟ ବକ୍ତା ପ୍ରଶାନ୍ତ କୁମାର ପଣ୍ଡା, ଏବଂ Guest of Honour ରିଜିଅନାଲ୍ ଡାଇରେକ୍ଟର ନାରାୟଣ ବେହେରା ଉପସ୍ଥିତ ଥିଲେ । ସହଅତିଥି ଭାବେ ବିଶ୍ୱମନୁ ନାୟକ, ମିହିର ତ୍ରିପାଠୀ, ଅଶୋକ ବ୍ରହ୍ମା, ଡ଼ଃ କୈଳାସ ଚନ୍ଦ୍ର ତ୍ରିପାଠୀ, ସୁଦୀପ ସାହୁ ପ୍ରମୁଖ ଯୋଗଦେଇଥିଲେ ।ପ୍ରୋଗ୍ରାମ୍‌ରେ ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀ ଡ଼ଃ ସ୍ଥିତଧୀ ରଥ, ଭାରତୀ ଦାସ, ଶିବ ଶଙ୍କର ଷଡ଼ଙ୍ଗୀ, ରିନା ସାହୁ, ପୀତବାସ ନାୟକ ଓ ଅନ୍ୟାନ୍ୟଙ୍କୁ ସହ ମୋଟ ୫୦ ଜଣ ପ୍ରତିଭାଙ୍କୁ ସମ୍ମାନୀତ କରାଯାଇଛି । ଏହି ଅବସରରେ ଦକ୍ଷିଣ ଓଡ଼ିଶା ନ୍ୟାୟବତୀ ଶରତ ଚନ୍ଦ୍ର ନନ୍ଦଙ୍କ ‘ଶୋଭନା’ ପୁସ୍ତକର ଉନ୍ମୋଚନ ମଧ୍ୟ କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମଟି ଡ଼ଃ ସନ୍ଧ୍ୟାରାଣୀ ପଟ୍ଟନାୟକ ପରିଚାଳନା କଲେ । ଶେଷରେ ସିଇଓ ଅଶୋକ କୁମାର ସାହୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରାଇଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default