ଗମ୍ଭାରୀରେ କଂସ ଦରବାର ପାଇଁ କଂସ ବରଣ

ଆଜତକ ଓଡ଼ିଶା
0

ବଲାଙ୍ଗିର ୦୮/୧୧ (ଗଣେଶ ଦାସ) ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଗମ୍ଭାରୀ ଠାରେ ଚଳିତ ବର୍ଷ ନଭେମ୍ବର ୨୮ ରୁ ଡିସେମ୍ବର ୪ ତାରିଖ ମଧ୍ୟରେ ହେବାକୁ ଥିବା ଗମ୍ଭାରୀ ଲକ୍ଷ୍ମୀପୂଜା ତଥା କଂସ ଦରବାର ପାଇଁ କଂସ ବରଣ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଗମ୍ଭାରି ର ଇଷ୍ଟ ଦେବା ଦେବୀଙ୍କ ଠାରେ ପୂଜାର୍ଚ୍ଚନା ସହିତ କଂସ ଭୂମିକା ପାଇଁ ବଲାଙ୍ଗିର ଜିଲ୍ଲାର ସୁପ୍ରସିଦ୍ଧ ତଥା ବରିଷ୍ଠ ମଞ୍ଚ କଳାକାର ସୁଶାନ୍ତ କୁମାର ମେହେର ଙ୍କୁ ଗୁଆ ନଡ଼ିଆ ଦେଇ ବରଣ କରିଥିଲେ ଗମ୍ଭାରୀ ପୂଜା କମିଟି। ଏହି ଅବସରରେ କମିଟିର ସଂଯୋଜକ ଶ୍ରୀୟାବଲ୍ଲଭ ପାଣିଗ୍ରାହୀ, ଅଧ୍ୟକ୍ଷ୍ୟ ଆଦର୍ଶ ପାଣିଗ୍ରାହୀ, କମିଟି ମ୍ୟାନେଜର ବରୁଣ କୁମାର ପୁରୋହିତ, ସଭାପତି ରାମ ପଧାନ, ଉପ ସଭାପତି ଦିନେଶ ପଧାନ, ସନ୍ତୋଷ ପଧାନ,ସମ୍ପାଦକ ପ୍ରଶାନ୍ତ ଗଡ଼ତ୍ୟା,ସହ-ସମ୍ପାଦକ ଅନୁରାଗ ପାଣିଗ୍ରାହୀ,ରାଜା ପୁରୋହିତ,ମନ୍ତୋଷ ପଧାନ,ଅକ୍ଷୟ ରଣା,କୋଷାଦକ୍ଷ ଗୁଡୁ ବାରିକ,ଅଲେଖ ପଧାନ,ସଚିବ ଦେବେନ୍ଦ୍ର ସାହୁ,ପରୀକ୍ଷିତ ରାଉତ,ଅଙ୍କିତ ପଧାନ, ପ୍ରଭାତ ରଣା, ଶୁଭମ ରାଉତ, କାହ୍ନା ଦଣ୍ଡିଆ,କୃଷ୍ଣ ଚନ୍ଦ୍ର ପଧାନ, ରମେଶ ପଧାନ, ଲୋକନାଥ ରଣା, ସୁନୀଲ ପଧାନ (ଗଦି )ପ୍ରମୁଖ ଉପସ୍ଥିତ ଥିଲେ । 7 ଦିନ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ବିଭିନ୍ନ ପ୍ରକାର ନାଟ୍ୟ, ଦଣ୍ଡ ନୃତ୍ୟ,ମିନାବଜାର ଆୟୋଜନ ହେବ ବୋଲି ଆୟୋଜକ କମିଟି ସୂଚନା ଦେଇଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*

3/related/default