ବରିଷ୍ଠ ଚାଷୀ ଦୈତାରୀ ନାୟକଙ୍କ ପରଲୋକ ଅଞ୍ଚଳରେ ଶୋକ

ଆଜତକ ଓଡ଼ିଶା
0

ଅସ୍ତରଙ୍ଗ (୦୮/୧୧ ଅଲେଖ ବିଶ୍ଵାଳ ) ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କୁହୁଡି ଗ୍ରାମର ଜଣାଶୁଣା ବରିଷ୍ଠ ଚାଷୀ ତଥା ସମାଜସେବୀ ପିତା କୃଷ୍ଣ ନାୟକ, ମାତା ଅଲ୍ଲୀ ବେଓ୍ବା ସୁପୁତ୍ର ଦୈତାରୀ ନାୟକ (୭୮) ବର୍ଷ ରେ ନିଜ ବାସଭବନ ଠାରେ ଅକାଳ ବିୟୋଗ ଘଟିଛି। ସ୍ବର୍ଗତ ଦୈତାରୀ ୧୯୫୩ ମସିହା ଅପ୍ରେଲ ୪ ତାରିଖରେ ଜନ୍ମଗ୍ରହଣ କରିଥିବା ବେଳେ ଏକାଦଶ ପାଠ୍ୟରେ ଉତ୍ତୀର୍ଣ୍ଣ ହୋଇ ଅଭିଭକ୍ତ କୋରାପୁଟ ରେ ପ୍ରାଥମିକ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ଅଭିଭକ୍ତ କୋରାପୁଟ ରେ ସ୍ବଳ୍ପ ଦରମା ରେ ଚାକିରି କରି ଗମନାଗମନ ସୁବିଧା ନଥାଇ ଘର ଘର ବୁଲି ଆଜିର ଶିଶୁ କାଲିର ଭବିଷ୍ୟତ କୁ ନିଜ ହାତରେ ଗଢି ତୋଳି ଥିଲେ।ସେ ସମୟରେ ତେଲ ଲୁଣ ସଂସାର ଚଳେଇବା କଷ୍ଟସାଧ୍ୟ ହୋଇଥିବା ବେଳେ ଘରର ବଡ଼ପୁଅ ହୋଇ ନିଜର କର୍ମମୟ ଜୀବନ ସୁଚାରୁରୂପେ ସମ୍ପାଦନା କରିଥିଲେ ଓ ଅଭିଭକ୍ତ ଅଞ୍ଚଳ ରେ ନିଜର ନିଷ୍ଠା କର୍ତ୍ତବ୍ୟ ଆଗରେ ଘରେ ଘରେ ପରିଚିତ ହୋଇପାରିଥିଲେ। ସ୍ବର୍ଗତ ଦୈତାରୀ ସରଳ, ଶାନ୍ତ, ମିଷ୍ଟଭାଷୀ ପରୋପକାରୀ ବ୍ୟକ୍ତି ଥିଲେ। ହଠାତ୍ ଗତକାଲି ରାତ୍ର ୯.୩୦ ମିନିଟ ସମୟରେ ହୃଦଘାତରେ ପରଲୋକ ଖବର ଶୁଣି ସାରା ଅଞ୍ଚଳ ଶୋକର ଛାୟା ଖେଳିଯାଇଛି। ପୁରୀ ସ୍ବର୍ଗଦ୍ବାର ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ବଡ଼ପୁଅ ତପନ ନାୟକ ମୁଖାଗ୍ନି ଦେଇଥିଲେ। ସାନପୁଅ ତରୁଣ ନାୟକ, ବୋହୂ, ନାତିନାତୁଣୀ ପରିବାର ବର୍ଗ ଉପସ୍ଥିତ ଥିଲେ।ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ପୁରୀ ଜିଲ୍ଲାର ପ୍ରଶାସନିକ ଅଧିକାରୀ ରାଜନେତା ସମାଜସେବୀ ଙ୍କ ସହ ଓଡ଼ିଶା କର୍ମଜୀବି ସାମ୍ବାଦିକ ସଂଘ ପୁରୀ ଜିଲ୍ଲା ଶାଖା ତଥା ସଭାପତି ଅସ୍ତରଙ୍ଗ ପ୍ରେସ୍ କ୍ଲବ୍ ର ସଭାପତି ଶରତ ପରିଡ଼ା।

Post a Comment

0 Comments

Please Select Embedded Mode To show the Comment System.*

3/related/default