କଟକରେ କୋଠା ଭୁଶୁଡ଼ି ୩ ମୃତ , ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ କର୍ମଚାରୀ

ଆଜତକ ଓଡ଼ିଶା
0

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) କଟକ ସହର ସ୍ଥିତ ମଣି ସାହୁ ଛକରେ କୋଠା ବାଲକୋନୀ ଭୁଶୁଡ଼ି ୩ ଜଣଙ୍କ ଜୀବନ ଯାଇଛି । କୁହାଯାଉଛି, ଏକ ପୁରୁଣା କୋଠାର ବାଲକୋନି ଭୁଶୁଡ଼ିବାରୁ ଘଟିଛି ଏହି ଅଘଟଣ। କୋଠାର ବାଲକୋନୀ, ଏକ ଆଜବେଷ୍ଟସ୍ ଘର ଉପରେ ପଡ଼ିଛି। ଫଳରେ ଗୁରୁତର ହୋଇଥିଲେ ୩ ଜଣ। ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି।ମୃତଙ୍କ ମଧ୍ୟରେ ଜଣେ ପାଞ୍ଚ ବର୍ଷର ଶିଶୁ ମଧ୍ୟ ରହିଛି । ମୃତକ ମାନେ ହେଲେ ଅବଦୁଲ ଜଲିଲ, ଅବଦୁଲ ଜାହିଦ ଓ ଶିଶୁ ପୁତ୍ର ଅବଦୁଲ ମୁଜାହିଦ୍ । ଅନ୍ୟ ୨ ଜଣ ଗୁରୁତର ଅଛନ୍ତି । ସେମାନେ ସମ୍ପର୍କରେ ବାପା, ପୁଅ ଏବଂ ନାତି ଥିଲେ ବୋଲି ମୃତଙ୍କ ପତ୍ନୀ କହିଛନ୍ତି ।ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଆଜି ସନ୍ଧ୍ୟା ସମୟରେ ମଣି ସାହୁ ଛକରେ ଏକ ତିନି ମହଲା କୋଠାର ବାଲକୋନୀ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା । କୋଠା ପାର୍ଶ୍ୱରେ ଥିବା ଆଉ ଏକ ଆଜବେଷ୍ଟସ୍ ଘର ଉପରେ କଂକ୍ରିଟ୍ ଖଣ୍ଡ ପଡ଼ିଥିଲା । ଫଳରେ ଘରେ ଥିବା ତିନି ଜଣ ସଦସ୍ୟ ଅବଦୁଲ ଜମିଲ, ଅବଦୁଲ ଜାହିଦ ଓ ଶିଶୁ ପୁତ୍ର ଗୁରୁତର ହୋଇପଡ଼ିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ସେଠାରେ ପହଁଚି ସମସ୍ତଙ୍କୁ ଉଦ୍ଧାର କରି ଏସସିବି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି । ସେ ଘରେ ୫ ଜଣ ସଦସ୍ୟ ଥିଲେ । ଅନ୍ୟ ୨ ଜଣ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ସମସ୍ତ ଆସବାବ ପତ୍ର ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି ।

Post a Comment

0 Comments

Please Select Embedded Mode To show the Comment System.*

3/related/default