ଉମରକୋଟ / ଝରୀଗାଁ ତା 15/11-କିଛି ମାସ ତଳେ ନବରଙ୍ଗପୁର ଜିଲ୍ଲା ଝରୀଗାଁ ନିର୍ବIଚନ ମଣ୍ଡଳ ଉମରକୋଟ ବ୍ଲକର ବାମିନି ପଞ୍ଚାୟତ ଅନ୍ତର୍ଗତ ୟୁଭି 54 ଇନ୍ଦ୍ରପୁରୀ ଗ୍ରାମର ଲକ୍ଷ୍ମଣ ଦତ୍ତଙ୍କ ପୁଅ ଲବ କୁମାର ଦତ୍ତଙ୍କୁ ଝରିଗାଁ ବିଧାୟକ ନରସିଂହ ଭତରା ଉମରକୋଟ ବ୍ଲକର ପୂଜାରୀ ଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଧାୟକ ପ୍ରତିନିଧି ଭାବେ ମନୋନୀତ କରିଥିଲେ |ଏନେଇ ଶ୍ରୀ ଭତରା ଲବ କୁମାର ଦତ୍ତ, ପୂଜାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ପ୍ରେରଣ କରି ସୂଚନା ପ୍ରଦାନ କରିଥିଲେ |ଶ୍ରୀ ଭତରା ଉକ୍ତ ଚିଠିରେ ଦର୍ଶାଇ ଥିଲେ କି, ବିଧାୟକ ଯଦି କୌଣସି କାର୍ଯ୍ୟରେ ବାହାରେ ରୁହନ୍ତି ତେବେ ତାଙ୍କ ପରିବର୍ତ୍ତେ ଲବ କୁମାର ଦତ୍ତ ପୂଜାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଯେ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ଓ ବିଧାୟକ ପ୍ରତିନିଧି ହିସାବରେ ନିଜ ମତାମତ ଓ ପରାମର୍ଶ ପ୍ରଦାନ କରିବେ |ହେଲେ ବିଧାୟକ ଶ୍ରୀ ଭତରା ତାଙ୍କୁ ଉକ୍ତ ପଦବୀରୁ ବହିଷ୍କାର କରିଥିବା ସୂଚନା ମିଳିଛି |ଆଜି ଶ୍ରୀ ବିଧାୟକ ଏକ ଚିଠି ମାଧ୍ୟମରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ପୂଜାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଏବଂ ଲବ କୁମାର ଙ୍କୁ ସୂଚନା ପ୍ରଦାନ କରିଥିବା ସୂଚନା ମିଳିଛି |
ଝରୀଗାଁ ରୁ ବୁଦୁରାମ ଗଣ୍ଡ ଙ୍କ ରିପୋର୍ଟ ଆଜତକ ଓଡିଶା ନିୟୁଜ


