ଭୁବନେଶ୍ବର : (ସମୀର ରଞ୍ଜନ ନାୟକ) ଆସନ୍ତା ୨୭ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଥର ବିଧାନସଭା ଅଧିବେଶନରେ ଉଦବୋଧନ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏ ନେଇ ବ୍ଲୁବୁକ୍ ଗାଇଡ଼ ଲାଇନ ମୁତାବକ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ଏ ନେଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ।ବିଧାନସଭା ସମ୍ପୂର୍ଣ୍ଣ ତ୍ରୀସ୍ତରୀୟ ସୁରକ୍ଷା ବଳୟରେ ରହିବ । ବ୍ଲୁ ବୁକ ଗାଇଡଲାଇନ ଅନୁସାରେ ବିଧାନସଭା ଅଞ୍ଚଳରେ ସୁରକ୍ଷା କଡାକଡି କରାଯିବ । ସୁରକ୍ଷା ପାଇଁ ୩୩ ପ୍ଲାଟୁନ ପୁଲିସ ବଳ ମୃତୟନ ହେବେ ଏବଂ ବିଭିନ୍ନ ସ୍ଥାନରେ ନଜର ରଖିବା ପାଇଁ ସିସିଟିଭି ଲଗାଯିବ । ସୁରକ୍ଷା ପାଇଁ ୫ଟି ଅସ୍ଥାୟୀ ପୁଲିସ ନିୟନ୍ତ୍ରଣ କକ୍ଷ ଖୋଲାଯାଇଥିବା ଆୟୁକ୍ତ ଶ୍ରୀ ସିଂ କହିଛନ୍ତି ଖୋଲାଯାଇଛି ।

