ଭୁବନେଶ୍ବର: (ସମୀର ରଞ୍ଜନ ନାୟକ) ବିଜେଡିର ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି। ସେ ବିଜେଡିର ସିନିଅର ସିଟିଜେନ୍ ସେଲ୍ ଉପସଭାପତି ପଦରୁ ଇସ୍ତଫା ଦେଇଥିବା ନେଇ ଜଣାପଡ଼ିଛି।ସେ ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ତେବେ ଦଳ ତାଙ୍କୁ ଗୁରୁତ୍ୱ ଦେଉନଥିବା ଏବଂ ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାଲୁନଥିବା ନେଇ ସେ ଚିଠିରେ ଦର୍ଶାଇଛନ୍ତି । ଏହାବ୍ୟତୀତ ସେ ନୂଆପଡାରେ ବିଜେଡି ପ୍ରାର୍ଥୀ ଚୟନ ନେଇ ମଧ୍ୟ ମୁଁ ଗଣମାଧ୍ୟମରେ ଆସିପାରିନଥିଲି ଏହା ପରେ ଯେତେ ଚେଷ୍ଟା କଲି ତାଙ୍କୁ ଦେଖାକରିବାକୁ, ସେ ମତେ ଦେଖାକରିବାକୁ ଦେଲେନି ତେଣୁ ବାଧ୍ୟ ହୋଇ ମୁଁ ଆଜି ତାଙ୍କୁ ଆଉଥରେ ଏହି ଚିଠି ଲେଖିଲି। ବର୍ତମାନର ବିଜୁ ଜନତା ଦଳ ଯାହା ସାମ୍ନା କରୁଛି, ଦଳର ପ୍ରତି କର୍ମୀଙ୍କ ମନରେ ଏ ଭାବନା ଆସୁଛି ଯେ, ଆମେ କୋଉଭଳି ଭାବେ ପରିଚାଳିତ ହେଉଛୁ? କିଏ ଏ ଦଳକୁ ପରିଚାଳନା କରୁଛି? କାରଣ ବିଜୁ ବାବୁଙ୍କ ଆଦର୍ଶରେ ଆଉ ବିଜେଡି ପରିଚାଳିତ ହେଉ ନାହିଁ ବୋଲି କହିଛନ୍ତି। ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, "ଯୋଉ କଥା ମତେ ସବୁଠୁ ବେଶୀ ବଢ଼ିଲା, ତା ହେଉଛି, ମତେ ଗୋଟେ ଏଭଳି ପଦବୀ ଦେଲେ ଦଳରେ, ତାର କୌଣସି ମାନେ ନାହିଁ...କାରଣ ମୁଁ ବୁଝି ପାରୁନାହିଁ ଉପସଭାପତି ରାଙ୍କର ମାନେ କ'ଣ ? ବ୍ୟୁରୋକ୍ରାଟିକରେ ଏହି ଶବ୍ଦ ନିରର୍ଥକ ଓ ଲଜ୍ଜାଜନକ। ଏବେ ବିଜେଡି ଦଳ ସ୍ପଷ୍ଟଭାବେ ଜଣାପଡିଲାଣି ଏହା ବର୍ତମାନ ବ୍ୟୁରୋକ୍ରାଟିକ ହୋଇଯାଇଛି" ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ।
ବିଜେଡିକୁ ବଡ଼ ଝଟକା, ପଦ ଛାଡ଼ିଲେ ସାଂସଦ ଦେବାଶିଷ ସାମନ୍ତରାୟ
Tuesday, November 25, 2025
0

Tags