ସିନ୍ଧେକେଲା ଜୟ ମାଁ ଦ୍ୱାରସେହ୍ନି ଫୁଟବଲ ପ୍ରଥମ ସେମିଫାଇନାଲ (ପଲନା କୁ ହରାଇ ଝଲପ ଫାଇନାଲରେ ପ୍ରବେଶ)

ଆଜତକ ଓଡ଼ିଶା
0

ସିନ୍ଧେକେଲା, ୧୧/୧୧ : ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ପଲ୍ଲି ଶ୍ରୀ ହାଇସ୍କୁଲ ଖେଳ ପଡ଼ିଆରେ ସ୍ଥାନୀୟ ଜୟ ମାଁ ଦ୍ୱାରସେହ୍ନି ଫୁଟବଲ କ୍ଲବ ପକ୍ଷରୁ ବିଗତ ଦିନରୁ ଚାଲିଥିବା ଫୁଟବଲ ପ୍ରତିଯୋଗିତାର ମଙ୍ଗଳବାର ପ୍ରଥମ ସେମିଫାଇନାଲ ମ୍ୟାଚ ପଲନା ଓ ଝଲପ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଂଘର୍ଷ ପୂର୍ଣ୍ଣ ଖେଳରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଝଲପ ଦଳର ଖେଳାଳିମାନେ ସୁନ୍ଦର ଖେଳର ପ୍ରଦର୍ଶନ କରି ୨-୦ ଗୋଲରେ ବିଜୟୀ ହୋଇ ପ୍ରଥମ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛନ୍ତି । ଦ୍ଵିତୀୟ ସେମିଫାଇନାଲ ବୁଧବାର ଓ ଫାଇନାଲ ଗୁରୁବାର ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ପ୍ରଥମ ସେମିଫାଇନାଲ ଖେଳରେ ଅତିଥି ଭାବରେ ଜିଲ୍ଲା ସାମ୍ବାଦିକ ସଙ୍ଘ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଅନିଲ ତ୍ରିପାଠୀ , ମୋତି ତ୍ରିପାଠୀ , ତୁଲାରାମ ଭୋଇ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ବିଶେଶ୍ୱର ପ୍ରଧାନ ରେଫରି ଭାବେ ଯୋଗଦେଇ ଖେଳ ପରିଚାଳନା କରିଥିବା ବେଳେ ମନରଞ୍ଜନ ମାଝି ଓ ସାହିଲ ଗୌଡ଼ ଲାଇନ ରେ ସହଯୋଗ କରିଥିଲେ । ନୌରାଜ ରଣା ଓ ଅମୂଲ୍ୟ ସିଂଦେଓ ଖେଳର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଆୟୋଜକ କମିଟିର ଵିଟୁ ସାହୁ , ରାଜେଶ ତ୍ରିପାଠୀ , ବିଶ୍ୱ ପୁରୋହିତ , ହେମନ୍ତ ସାହୁ , ଓକିଲ ସାହୁ , ଜିଲୁ ବିଶ୍ୱାଳ , ପ୍ରେମ ମଳିକ , ସୁଜିତ ସରାଫ , ବଣ୍ଟି ସାହୁ , ଶିବାନନ୍ଦ ସାହୁ , ଦେବାଶିଷ ସାହୁ , ଆକାଶ ସାହୁ , ସଞ୍ଜୟ ସାହୁ , ଅଙ୍କିତ ସାହୁ , ମଣ୍ଟୁ ସାହୁ , ରିକି ସାହୁ , ବିଶେଷ ସାହୁ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default