ନୂଆପଡ଼ା ଉପନିର୍ବାଚନ ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅତୁଲ ପାଣ୍ଡେଙ୍କ ସତର୍କତା ନିର୍ଦ୍ଦେଶ ; ନିର୍ବାଚନ ଖର୍ଚ୍ଚ ସମୀକ୍ଷା ବୈଠକ ଅନୁଷ୍ଠିତ

ଆଜତକ ଓଡ଼ିଶା
0


ନୂଆପଡ଼ା, (ବିରବଲ ପ୍ରଧାନ) 
ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାରତୀୟ ରାଜସ୍ଵ ସେବାର ଅତୁଲ ପାଣ୍ଡେ ଆଜି ନିର୍ବାଚନ ଖର୍ଚ୍ଚ ତଦାରଖ ସମୀକ୍ଷା ବୈଠକରେ ଯୋଗଦେଲେ। ଆସନ୍ତା ୧୧ ନଭେମ୍ବରରେ ଉପନିର୍ବାଚନ ହେବାକୁ ଥିବାରୁ ମାତ୍ର ତିନିଦିନ ବାକି ରହିଲା। ଏହି ପରିପ୍ରେକ୍ଷିତରେ ନିର୍ବାଚନକୁ ଶାନ୍ତି, ସଂଶାସନ ଓ ସମ୍ପୂର୍ଣ୍ଣ ନିରପେକ୍ଷତାର ସହ ପରିଚାଳନା ପାଇଁ ବୈଠକ ଆୟୋଜିତ ହୋଇଥିଲା।

ଜିଲ୍ଲାପାଳ ମଧୁସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ହୋଇଥିବା ବୈଠକରେ ବନଖଣ୍ଡ ଅଧିକାରୀ ଅଜିଜ ଖାଁ, କେନ୍ଦୁପତ୍ର ଡିଏଫଓ ଏ. ମାଧବୀ ଲତା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଅବକାରୀ ଅଧିକ୍ଷକ, ଆର୍‌ଟିଓ ସହ ବିଭିନ୍ନ ବିଭାଗର ଖର୍ଚ୍ଚ ତଦାରଖ କମିଟିର ସଦସ୍ୟମାନେ ଯୋଗଦେଲେ।

ବୈଠକରେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅତୁଲ ପାଣ୍ଡେ ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ ସମସ୍ତ କମିଟି ଓ ନିଯୁକ୍ତ ଅଧିକାରୀଙ୍କ ଗ୍ରହଣ କରାଯାଇଥିବା ପଦକ୍ଷେପର ଖୁବ ଖୁଟିନାଟି ବିବରଣୀ ନେଲେ। ନିର୍ବାଚନ ପୂର୍ବ ଶେଷ ତିନି ଦିନ ସମସ୍ତ ଟିମ୍‌ଙ୍କୁ ସର୍ବାଧିକ ସତର୍କତା ସହିତ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଲେ।

ଏହାସହ ପର୍ବରୋମାନେ, କାଲି ଅପରାହ୍ନ ୪ଟାରୁ ଡ୍ରାଇ ଡେ ଆରମ୍ଭ ହେବାରୁ ଦୁଇ ଦିନ ପାଇଁ ଜିଲ୍ଲାର ସମସ୍ତ ମଦ ଦୋକାନ ବନ୍ଦ ରହିବାକୁ ନିଦେଶ ଜାରି ହୋଇଛି। ଜିଲ୍ଲା ସୀମାକ୍ଷେତ୍ର, ହୋଟେଲ, ଲଜ୍, ବିବାହ ମଣ୍ଡପ, ମଲ୍, ଓ ସନ୍ଦିଗ୍ଧ ଗାଡ଼ିମାନଙ୍କୁ ନଜରରେ ରଖିବାକୁ ଆର୍‌ଟିଓ, ଅବକାରୀ ବିଭାଗ, ମଟର ଓ ଡ୍ରଗ୍‌ସ୍ ଇନ୍ସପେକ୍ଟରଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି। ଏହାସହିତ, ବ୍ୟାଙ୍କ ଲେନ୍-ଦେନ ଉପରେ ଏଲ୍‌ଡିଏମଙ୍କ ନିରୀକ୍ଷଣ ଚାଲିଥିବ।

ସିଭିଜିଲ୍ ଟିମ୍‌କୁ 24x7 ଜାଗୃତ ରହି ଆସୁଥିବା ସମସ୍ତ ଅଭିଯୋଗର ଶୀଘ୍ର ସମାଧାନ କରିବାକୁ ନିଦେଶ ଦିଆଯାଇଛି। ବୈଠକର ଶେଷରେ ଜିଲ୍ଲାପାଳ ସମସ୍ତ ଟିମ୍‌କୁ ପରସ୍ପର ସମନ୍ୱୟ ରଖି ଅନ୍ତିମ ପର୍ଯ୍ୟାୟର କାର୍ଯ୍ୟକୁ ସୁଚାରୁ ଭାବେ ସମ୍ପାଦନ କରିବା ପାଇଁ ଆହ୍ବାନ କଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default