ନୂଆପଡା ଜିଲ୍ଲାପାଳଙ୍କ ଦ୍ଵାରା ମତ୍ସ୍ୟ ବିଭାଗ କାର୍ଯ୍ୟାବଳୀ ସମୀକ୍ଷା : ସଘନ ମତ୍ସ୍ୟ ଚାଷ ଦ୍ଵାରା ଖାଉଟି ଚାହିଦା ପୂରଣ ସହିତ ମତ୍ସ୍ୟ ଚାଷୀ ମାନଙ୍କ ଆର୍ଥିକ ଅଭିବୃଦ୍ଧି ସମ୍ଭବ - ଜିଲ୍ଲାପାଳ

ଆଜତକ ଓଡ଼ିଶା
0


ନୂଆପଡା ୨୭/୧୧ : ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମତ୍ସ୍ୟ ବିଭାଗ କାର୍ଯ୍ୟାବଳୀ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାରେ ସଘନ ମତ୍ସ୍ୟ ଚାଷ ଦ୍ଵାରା ଲୋକଙ୍କ ଖାଉଟି ଚାହିଦା ପୂରଣ କରିବା ସହିତ ମତ୍ସ୍ୟ ଚାଷୀ ମାନଙ୍କ ଆର୍ଥିକ ଅଭିବୃଦ୍ଧି କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜନ କୁମାର ସାହୁ ଜିଲ୍ଲାରେ ମତ୍ସ୍ୟ ଚାଷ ର ବିକାଶ ର ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଚାଷୀ ମାୟାଧର ରଣା, ପିପଲଚଣ୍ଡି ଙ୍କୁ ନୂଆପଡାରେ ମାଛ ଏବଂ ଚିଙ୍ଗୁଡ଼ି ଚାଷରେ ଉଲ୍ଲେଖନୀୟ ଅବଦାନ ପାଇଁ ନୂଆପଡା ର ଶ୍ରେଷ୍ଠ ମାଛ ଚାଷୀ ହିସାବରେ ଜିଲ୍ଲାପାଳ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଶ୍ରୀ ରଣା ଏବେ ଧାନ ଚାଷ ବଦଳରେ ମାଛ ଓ ମଧୁର ଜଳ ଚିଙ୍ଗୁଡ଼ି ଚାଷ କରୁଛନ୍ତି । ଏହାଦ୍ଵାରା ସେ ବର୍ଷକ ୫ ଲକ୍ଷ ଟଙ୍କା ଲାଭ କରି ପାରୁଛନ୍ତି । ଏହିଭଳି ଜିଲ୍ଲାରେ ଅନେକ ମତ୍ସ୍ୟଚାଷୀଙ୍କୁ ପ୍ରୋତ୍ସାହନ ଦେଇ ପ୍ରବାସୀ ଶ୍ରମିକ ପ୍ରଥାର ବିଲୋପ ଦିଗରେ ସହାୟକ ହେବା ପାଇଁ ଜିଲ୍ଲାପାଳ ମତ୍ସ୍ୟ ବିଭାଗକୁ ଆହ୍ବାନ ଦେଇଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*

3/related/default