ନୂଆପଡା (ବିରବଲ ପ୍ରଧାନ) ନୂଆପଡ଼ା ବିଧାନସଭା ଉପ-ନିର୍ବାଚନ ପ୍ରସ୍ତୁତି ନେଇ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍ ଏସ ଗୋପାଳନଙ୍କ ଅଧ୍ୟକ୍ଷତାରେ ଅଭାସୀ ମାଧ୍ୟମରେ ଜିଲ୍ଲା ପ୍ରଶାସନ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଇଜି ଏନଆର, ହିଂମାଶୁ ଲାଲ୍, ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ନୂଆପଡା ମଧୁସୁଦନ ଦାଶ, ଏସପି ଅମ୍ରିତ ପାଲ୍ ସିଂ,ସିଡିଓ-କମ୍-ଇଓ ଜିଲ୍ଲା ପରିଷଦ ଲମ୍ବୋଦର ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ବିଭିନ୍ନ ଦିଗ ଯେପରିକି ଇ-ରୋଲ (E-Roll) (ଭୋଟର ତାଲିକା), ସ୍ୱୀପ (SVEEP) (ବ୍ୟବସ୍ଥିତ ଭୋଟର ଶିକ୍ଷା ଏବଂ ନିର୍ବାଚନ ଅଂଶଗ୍ରହଣ), ଏମସିସି (MCC) (ଆଦର୍ଶ ଆଚରଣ ବିଧି), ଡାକ ବାଲାଟ (Postal Ballot), ପୋଲିଂ କର୍ମଚାରୀଙ୍କ ତାଲିମ, ଆଇଟି (IT) (ସୂଚନା ପ୍ରଯୁକ୍ତି ବିଦ୍ୟା), ଏମସିଏମସି (MCMC) (ମିଡିଆ ସାର୍ଟିଫିକେସନ୍ ଓ ମନିଟରିଂ କମିଟି) ଉପରେ ଆଲୋଚନା କରାଯାଇଥିଲା।ଅତିରିକ୍ତ ଡିଜିପି (ଆଇନ ଓ ଶୃଙ୍ଖଳା-କମ୍- ଏସପିଏନଓ (Addl DGP (L&O)-cum-SPNO), ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ (Addl CEO), ଅତିରିକ୍ତ ସଚିବଗଣ (Addl Secretaries), ଉପ- ସଚିବଗଣ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।
ନୂଆପଡ଼ା ବିଧାନସଭା ଉପ-ନିର୍ବାଚନ ପ୍ରସ୍ତୁତି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବୈଠକ
Saturday, November 01, 2025
0

Tags