ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ମୋଟର ଯାନ ଯାଞ୍ଚ୍ ପାଇଁ ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ ପ୍ରତିବାଦରେ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ (AOBOA) ଡିସେମ୍ବର ୧ ରୁ ରାଜ୍ୟବ୍ୟାପୀ ଧର୍ମଘଟ ଧମକ ଦିଆଯାଇଥିଲା। ଏନେଇ ୧୭ ନଭେମ୍ବରରେ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ତେବେ ସରକାର ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ କରିବା ନେଇ ମନା କରିବା ପରେ ସଂଘ ଗୁରୁବାର ଧର୍ମଘଟ ଡାକରା ପ୍ରତ୍ୟାହାର କରିଛି।ରାଜ୍ୟ ବସ୍ ମାଲିକ ସଂଘ ତୀବ୍ର ପ୍ରତିକ୍ରିୟା କରି ଏହାର ପୁନର୍ବିଚାର ନହେଲେ ଏହି ବ୍ୟବସ୍ଥା ଲାଗୁ ହେବା ଦିନ ଠାରୁ ପ୍ରତିବାଦ ସ୍ଵରୂପ ବସ୍ ଚଳାଚଳ ବନ୍ଦ ରହିବ ବୋଲି ଚେତାବନୀ ଦିଆଯାଇଥିଲା। ତ୍ଵରିତ ପଦକ୍ଷେପ ସ୍ଵରୂପ ଏକ ପ୍ରତିନିଧି ମଣ୍ଡଳି ପରିବହନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ସାକ୍ଷାତ ଆଲୋଚନା କରି ସମସ୍ତ ବିଷୟ ଅବଗତ କରିଥିଲେ। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଆଲୋଚନା ହୋଇ ଏହି ପ୍ରସଙ୍ଗ ଅଧିକ ତର୍ଜମା ଓ ପରୀକ୍ଷଣ ସାପେକ୍ଷ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଛି। ସରକାର ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ କରିବା ନେଇ ମନା କରିବା ପରେ ସଂଘ ଗୁରୁବାର ଧର୍ମଘଟ ଡାକରା ପ୍ରତ୍ୟାହାର କରିଛି।
ଡିସେମ୍ବର ୧ ତାରିଖରୁ ବସ୍ ବନ୍ଦ ଡାକରା ନିଷ୍ପତ୍ତି ପ୍ରତ୍ୟାହୃତ
Thursday, November 27, 2025
0

Tags