ରିଷିଡା ୨୭/୧୧ : କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଯୁବ ସାମ୍ବାଦିକ ସୁଶାନ୍ତ ମଲ୍ଲିକ "ଓଡ଼ିଶା ରତ୍ନ ଆଓ୍ବାଡ ସମ୍ମାନ" ରେ ଗତ ୨୫ ତାରିଖ ମଙ୍ଗଳବାର ସମ୍ବର୍ଦ୍ଧିତ ହୋଇଛନ୍ତି । ଏନେଇ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସଂସ୍କୃତି ବିଭାଗ ସହଭାଗିତା ରେ ଓଡ଼ିଶାର କଲ୍ଚରାଲ ଆର୍ଟ ଏକାଡେମୀ ଓ ମୁର୍ଚ୍ଚନା ଓଡ଼ିଶା ୨୪ ତମ ବାର୍ଷିକ ଉତ୍ସବ ପକ୍ଷରୁ ଜାତୀୟ ସ୍ତରିୟ ଶରତ ମହୋତ୍ସବ ରେ ଓଡ଼ିଶା ସରକାର ତରଫରୁ କାର୍ଯ୍ୟକ୍ରମ ଅଧ୍ୟକ୍ଷ ପରିଚାଳକ ଡଃ ବସନ୍ତ କୁମାର ଦାଶ ଅଧ୍ୟକ୍ଷତାରେ ଭୁବନେଶ୍ବର ଜୟ ଦେବ ଭବନ ଠାରେ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ ମାନ୍ୟବର ମନ୍ତ୍ରୀ, ଉଚ୍ଚ ଶିକ୍ଷା, କ୍ରିଡ଼ାଓ ଓଡ଼ିଆ ଭାଷା ସଂସ୍କୃତି ବିଭାଗ ଓଡ଼ିଶା ସରକାର, ଶ୍ରୀ ରଂଜନ କୁମାର ଦାସ ଓଡ଼ିଶା ଭାଷା ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଓଡ଼ିଶା ସରକାର ଓ ଶ୍ରୀମନ୍ଦିର ପ୍ରଶାସକ ଏବଂ ଆର ଡି. ସି. ଙ୍କ କର କମଳରେ ଅନୁଷ୍ଠିତ ହୋଇ ଓଡ଼ିଶା ରତ୍ନ ଆଓ୍ବାଡ ୨୦୨୫ ସମ୍ମାନ ପ୍ରଦାନ କରିଛନ୍ତି। ଏନେଇ ଆଜି ମଲ୍ଲିକ ନିଜ ଗାଁ କୁ ପହଞ୍ଚି ଥିବା ବେଳେ ତାଙ୍କୁ ଗ୍ରାମ ବାସୀ ଏବଂ ଜନପ୍ରତିନିଧି ଦ୍ଵାରା ଏକ ଭବ୍ୟ ସ୍ଵାଗତ କରାଯାଇଛି। ଏଥିରେ ସରପଞ୍ଚ ସେବତୀ ରଣା, ସମିତି ସଭ୍ୟ ସିନୁ ବେହେରା, ବିଶ୍ବହିନ୍ଦୁ ପରିଷଦର ବ୍ଲକ ସଂଯୋଜକ ମୁରଲୀଧର ରଣା, ପିରବତୀ ମହିଳା ଉଚ୍ଚ ମହାବିଦ୍ୟାଳୟ ତେରେସିଂହା ପ୍ରିନ୍ସସିପାଲ ଯଶୋବନ୍ତ ରଣା, ପିତ ରଣା ଦୁତିଆ ରଣା, ଭଜ ରଣା ସାମ୍ବାଦିକ ରମେଶ ବାରିକ ଓ ଭଜଶ୍ୟାମ ସାହୁ ପ୍ରମୁଖ ଗ୍ରାମ ର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜଣାଇଥିଲେ।
ଓଡ଼ିଶା ରତ୍ନ ଆଓ୍ବାଡ ୨୦୨୫ ସମ୍ମାନ ରେ ସମ୍ବର୍ଦ୍ଧିତ ହେଲେ ଯୁବ ସାମ୍ବାଦିକ ସୁଶାନ୍ତ ମଲ୍ଲିକ
Thursday, November 27, 2025
0

Tags