କାକଟପୁର (୯/୧୧ ଅଲେଖ ବିଶ୍ଵାଳ ) ପୁରୀଜିଲ୍ଲା କାକଟପୁର ଥାନା ଅଧିନସ୍ଥ ମା ମଙ୍ଗଳାଙ୍କ ପାର୍କିଂ ପଡିଆ ଠାରେ ଜଣେ ଯୁବକର କଟୁରୀ ଚୋଟରେ କାକଟପୁର ସେବକ ସାହିର ପୀତବାସ ଦୀକ୍ଷିତ ଗୁରୁତର ହେବା ପରେ କାକଟପୁର ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଥାଉକି ରବିବାର ଦିବା ୨ ଘଟିକା ସମୟରେ ପୀତବାସ ପାର୍କିଂ ପଡିଆ ଠାରେ ପାର୍କିଂ ଫି ଆଦାୟ କରୁଥିବା ସମୟରେ ଅସ୍ତରଙ୍ଗ ଥାନା ଅଧିନସ୍ଥ ନାନପୁର ଗ୍ରାମର ରଞ୍ଜିତ ବିଶ୍ୱାଳ ଏକ ପଲସର ବାଇକ ରେ ଆସି ଜୋରଜବରଦସ୍ତ ପାର୍କିଂ ଫି ପାଇଁ ଆଦାୟ ହୋଇଥିବା ଟଙ୍କା ମାଗିଥିଲେ ଏଥିରେ ପୀତବାସ ବିରୋଧ କରିବାରେ ଅଭିଯୁକ୍ତ ଏକ କଟୁରୀ ବାହାର କରି ପୀତବାସ ଙ୍କ ମୁଣ୍ଡ ପଛପଟକୁ ଏକ ଶକ୍ତ ଚୋଟ ଦେଇଥିଲେ । ଏଥିରେ ଗୁରୁତର ହୋଇ ପୀତବାସ ଚିତ୍କାର କରି ତଳେ ପଡିଯିବା ପରେ ତାଙ୍କ ନିକଟରେ ଥିବା ଚାଳିଶ ହଜାର ଟଙ୍କା ଅଭିଯୁକ୍ତ ରଞ୍ଜିତ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ଅବସ୍ଥା ରେ ପୀତବାସ କୁ ନିକଟସ୍ଥ କାକଟପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ଘଟଣା ସମ୍ପର୍କ ରେ ପରିବାର ପକ୍ଷରୁ କାକଟପୁର ଥାନାରେ ଲିଖିତ ଅଭିଯୋଗ ହେବାପରେ କାକଟପୁର ଥାନା ପକ୍ଷରୁ ୩୨୨/୨୫ ରେ ଏକ ମାମଲା ରୁଜୁ କରାଯାଇ ଆଇଆଇସି ବସନ୍ତ କୁମାର ସାହୁଙ୍କ ନେତୃତ୍ୱ ରେ ଏକ ଟିମ ଅଭିଯୁକ୍ତ କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଛାନଭିନ କରିଛି । ଏଠାରେ ପ୍ରକାଶ ଥାଉକି ଅଭିଯୁକ୍ତ ରଞ୍ଜିତ ପୂର୍ବରୁ ଉକ୍ତ ପାର୍କିଂ ଫି ଆଦାୟ ପାଇଁ ନିୟୋଜିତ ଥିଲା ସେ ସମୟରେ ପାର୍କିଂ ଟଙ୍କା ର ହିସାବ ନ ଦେଇ ପାରିବାରେ ତାକୁ ଉକ୍ତ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା । ସେହି ରାଗ ରଖି ରଞ୍ଜିତ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି ।
କଟୁରୀ ଚୋଟରେ ଯୁବକ ଗୁରୁତର, ଆସାମୀ ଫେରାର
Sunday, November 09, 2025
0

Tags