ଜଳେଶ୍ୱର ୭/୧୧ (ଜଗନ୍ନାଥ ଗୋଛାୟତ) : ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୮ତମ ଶୁଭ ଆବିର୍ଭାବ ଦିବସ ଉପଲକ୍ଷେ ଜାଗୃତି ମହାମଂଗଳ ଯଜ୍ଞର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ତିନି ଦିନ ବ୍ୟାପି ପାଳନ ହେବାକୁଥିବା କାର୍ଯ୍ୟକ୍ରମର ଆଜିର ପ୍ରଥମ ଦିବସରେ କୃଷ୍ଟିପତାକା ଉତ୍ତୋଳନ କରାଯାଇଥିଲା । ପୂର୍ବାହ୍ନରେ ବିଶ୍ୱଶାନ୍ତି ହୋମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ନରେ ସଂକୀ ର୍ନ ଓ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା । ଏକ ବିଶାଳ ସୁସଜ୍ଜିତ ପଟୁଆର ଷ୍ଟେସନବଜାର କାଳୀମନ୍ଦିର ନିକଟରୁ ବାହାରି ଜାତୀୟ ରାଜପଥ ୬୦ର ନନ୍ଦିକା ବାଇପାସ୍ ଜଳେଶ୍ୱର-ପଶ୍ଚିମବାର୍ଡ ରୋଡ ନିକଟ ଯଜ୍ଞସ୍ଥଳରେ ପହଞ୍ଚିଥିଲେ । ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଚର୍ଯ୍ୟାଶ୍ରମର ସଭାପତି ଗଣେଶ ଚନ୍ଦ୍ର ପାଳ, ସଂପାଦକ ଶଶିକାନ୍ତ ପ୍ରଧାନ, ବନବିହାରୀ ପ୍ରଧାନ, ପରାଶର ପ୍ରଧାନ, ହେମନ୍ତ ଘୋଷ, ସରୋଜ ଦତ୍ତ , ରୂପରଂଜନ ପ୍ରଧାନଙ୍କ ନେତୃତ୍ୱରେ ଶହ ଶହ ଶ୍ରଦ୍ଧାଳୁ ଏହି ସଭାଯାତ୍ରାରେ ଭାଗ ନେଇଥିବା ବେଳେ ଖୋଳ, ଘଣ୍ଟା । ବାଦ୍ୟରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇଥିଲା । ସଂଧ୍ୟାରେ ଭାଗବତ ପାଠ ଓ ପରେ ଆନନ୍ଦବଜାର ଅନୁଷ୍ଠିତ ହୋଇଥିଲା
ଜାଗୃତି ମହାମଂଗଳ ଯଜ୍ଞର ଉଦ୍ଘାଟନୀ ଶୋଭାଯାତ୍ରା
Friday, November 07, 2025
0

Tags