ସିନ୍ଧେକେଲା,୭/୧୧ (ଦୀନେଶ ଜୈନ) ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ପଲ୍ଲି ଶ୍ରୀ ହାଇସ୍କୁଲ ଖେଳ ପଡିଆରେ ଜୟ ମାଁ ଦ୍ୱାରସେହ୍ନି ଫୁଟବଲ କ୍ଲବ ପକ୍ଷରୁ ଶୁକ୍ରବାର ୧୮ ତମ ଜୟ ମାଁ ଦ୍ୱାରସେହ୍ନି ଫୁଟବଲ ପ୍ରତିଯୋଗିତା ସୁଭାରମ୍ବ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ମୋଟ ଆଠ ଦଳ ଭାଗ ନେଇଥିବା ବେଳେ ନଭେମ୍ବର ୭ ରୁ ୧୩ ପର୍ଯ୍ୟନ୍ତ ଚାଲିବ । ସ୍ଥାନୀୟ ସରପଞ୍ଚ ନରେଶ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ପ୍ରତିଯୋଗିତାର ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଯୁବ କଂଗ୍ରେସ ନେତା ସଞ୍ଜୟ ସିଂଦେଓ , ପୁରାତନ ଫୁଟବଲ ଖେଳାଳି ନବୀନ ବେହେରା , ଅମୂଲ୍ୟ ସିଂଦେଓ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କ ସହ ହାତ ମିଳାଇ ଉତ୍ସାହିତ କରିବା ସହ ଆୟୋଜକ କମିଟିର ପ୍ରଶଂସା କରିଥିଲେ । ଉଦ୍ଘାଟନୀ ମ୍ୟାଚ ଛତାଭଟା ଓ ଝଲପ ମଧ୍ୟରେ ହୋଇଥିଲା । ସଂଘର୍ଷ ପୂର୍ଣ୍ଣ ଖେଳରେ ଝଲପର ଖେଳାଳି ମାନେ ସୁନ୍ଦର ଖେଳର ପ୍ରଦର୍ଶନ କରି ୧ ଗୋଲ ରେ ବିଜୟୀ ହୋଇଥିଲେ ।ବିଶେଶ୍ୱର ପ୍ରଧାନ ରେଫରି ଭାବରେ ଯୋଗଦେଇ ଖେଳ ପରିଚାଳନା କରିଥିବା ବେଳେ ପୁରୁନ୍ଦର ମାଝୀ ଓ ଶେଷ ଦେବ ମଳିକ ଲାଇନ ରେ ସହଯୋଗ କରିଥିଲେ । ଆୟୋଜକ କମିଟିର ରାଜେଶ ତ୍ରିପାଠୀ, ବିଶ୍ୱ ପୁରୋହିତ, ହେମନ୍ତ ସାହୁ, ଓକିଲ ସାହୁ, ଜିଲୁ ବିଶ୍ୱାଳ, ପ୍ରେମ ମଳିକ, ସୁଜିତ ସରାଫ, ବଣ୍ଟି ସାହୁ, ଶିବାନନ୍ଦ ସାହୁ, ଵିଟୁ ସାହୁ, ଦେବାଶିଷ ସାହୁ , ଆକାଶ ସାହୁ ପ୍ରମୁଖ ଖେଳ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ସିନ୍ଧେକେଲାରେ ଜୟ ମାଁ ଦ୍ୱାରସେହ୍ନି ଫୁଟବଲ ପ୍ରତିଯୋଗିତା ଉଦଘାଟିତ
Friday, November 07, 2025
0

Tags