ସରକାରୀ ସହାୟତାରୁ ବଞ୍ଚିତ ବିଧବା ଧନମତୀ

ଆଜତକ ଓଡ଼ିଶା
0

ଝରୀଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକମ୍ବା ପଞ୍ଚାୟତ ଏକମ୍ବା ଗ୍ରାମର ବିଧବା ଧନମତୀ ଭତ୍ରା (୩୮) ଆଜି ଯାଏଁ ସରକାରଙ୍କ ଯୋଜନା ଦୃଷ୍ଟି ଆଢ଼ୁଆଳରୁ ବଞ୍ଚିତ ରହିଛନ୍ତି । ବିଧବା ଧନମତୀଙ୍କ ସ୍ବାମୀ ମୃତ୍ୟୁ ହୋଇ ୨୦ବର୍ଷ ବିତିଯାଇଥିଲେ ସୁଦ୍ଧା ବିଧବା ଭତ୍ତା ଖଣ୍ଡିଏ ମିଳିପାରିନାହିଁ । ଧନମତୀଙ୍କ ୨ଝିଅ ବଡ଼ଝିଅ ବବିତା ଭତ୍ରା (୨୨) ବାପା ଙ୍କ ମୃତ୍ୟୁପରେ ଘରର ଆର୍ଥିକ ସଙ୍କଟକୁ ଦେଖି ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟ ତ୍ରିପୁରା କୁ ଦାଦନ ଖଟି ଯାଇଛି । ସାନ ଝିଅ ସବିତା ଭତ୍ରା (୧୩) ଅଷ୍ଟମ ଶ୍ରେଣୀରେ ପଢୁଛି । ସ୍ବାମୀଙ୍କ ମୃତ୍ୟୁପରେ ଅସହାୟ ହୋଇଯାଇଛି ଧନମତୀ। ତାଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ନାଁ ଭଲ ଘର ଖଣ୍ଡେ ରହିଛି । ଝାଟିମାଟି କୁଡ଼ିଆରେ ପଲିଥିନ ଦେଇ ସେ ଘରେ ଆଶ୍ରୟ ନେଉଛନ୍ତି ମାଁ-ଝିଅ । ସରକାରୀ ସହାୟତା ପାଇଁ ଅନେକ ଥର କାଗଜ ପତ୍ର ଦେଇଥିବା ମଧ୍ୟ କହିଛନ୍ତି । ହେଲେ କିଛି ସୁଫଳ ମିଳିନାହିଁ । ସ୍ବାମୀଙ୍କ ମୃତ୍ୟୁ ହୋଇ ଅନେକ ବର୍ଷ ହୋଇଯାଇଥିଲେ ବି ମୋତେ ଭତ୍ତା ଖଣ୍ଡିଏ ହୋଇପାରିନାହିଁ, ସରକାର ମୋ ପାଇଁ ନିର୍ଦ୍ଦୟ ପଳିଟିଯାଇଛି ବୋଲି କହିଛନ୍ତି । ସରକାରଙ୍କ ଯୋଜନାରେ ସାମିଲ କରିବାକୁ ବିଧବା ଧନମତୀ ନିବେଦନ କରିଛନ୍ତି । ପ୍ରଶାସନ ବିଧବା ପ୍ରତି ଦୃଷ୍ଟିଦେଇ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ମଧ୍ୟ ଦାବି କରିଛନ୍ତି । ଏନେଇ ଏକମ୍ବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଆମ ପାଖରେ କିଛି ଖବର ନାହିଁ । ସେ ଯଦି ଯୋଗ୍ୟ ଅଛନ୍ତି ସରକାରଙ୍କ ଯୋଜନା ନିଶ୍ଚୟ ପାଇବେ ବୋଲି କହିଛନ୍ତି ।
ଝରୀଗାଁ ରୁ ବୁଦୁରାମ ଗଣ୍ଡ ଙ୍କ ରିପୋର୍ଟ ଆଜତକ ଓଡିଶା ନିୟୁଜ

Post a Comment

0 Comments

Please Select Embedded Mode To show the Comment System.*

3/related/default