ଭବାନୀପାଟଣା ୧୦/୧୧(ଧୀରେନ୍ଦ୍ର ସୁନାନି): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଏ. ଏଫ. ସି ଜିଲ୍ଲା ସଂଯୋଜକ ଶ୍ରୀ କୃଷ୍ଣଚନ୍ଦ୍ର ମିଶ୍ର ଙ୍କ ତତ୍ୱାବଧାନ ରେ ନାବାର୍ଡ ସହଯୋଗ ରେ ପ୍ରାକୃତିକ ଉପାୟରେ ବିଭିନ୍ନ ଚାଷକାର୍ଯ୍ୟ ପାଇଁ ୩୦ ଜଣ ଚାଷୀଙ୍କୁ କ୍ଷେତ୍ର ପରିଦର୍ଶନ ସହ ପ୍ରାକୃତିକ ଖତ ତିଆରି ପାଇଁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଶଗଡା ପଞ୍ଚାୟତ ର ଡାଲଗୁମା,ଡାକିବଣ୍ଡେଲ, ବନ୍ଦେଲଗୁଡା, କାଦୋପଦର ଓ ପୈରମାଲ ର ୩0 ଜଣ ପୁରୁଷ ଓ ମହିଳା ଚାଷୀ ପ୍ରାକୃତିକ ଉପାୟରେ ଚାଷ ଶିକ୍ଷଣପାଇଁ ନର୍ଲା ବ୍ଲକ ବଡ଼ଚିଚିଙ୍ଗ ଗ୍ରାମ ର ସି. ବି ନାଚୁରାଲ ଫାଂର୍ମିଙ୍ଗ ଓ କେ. ବି. କେ ଅଫିସ ପରିଦର୍ଶନ କରିଥିଲେ । ପ୍ରଥମେ ଭବାନୀପାଟଣା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର କୁ ପରିଦର୍ଶନ କରି ବୈଜ୍ଞାନିକ ଡକ୍ଟର ଶ୍ରଦ୍ଧା ମହାନ୍ତି ଙ୍କ ଠାରୁ ହେଉଥିବା ପ୍ରାକୃତିକ କୃଷି କ୍ଷେତ ପରିଦର୍ଶନ କରି ସେଠାରେ ଲଗାଇଥିବା ଟମାଟ, ବାଇଗଣ ଚାଷ ପ୍ରଣାଳୀ ବୁଝିଥିଲେ । ପରେ ନର୍ଲା ବ୍ଲକ ସ୍ଥିତ ବଡ଼ଚିଚିଙ୍ଗ ର ସି. ବି. ନାଚୁରାଲ ଫାର୍ମ କୁ ପରିଦର୍ଶନ କରିଥିଲେ । ସେଠାରେ ପ୍ରାକୃତିକ ଉପାୟରେ ହେଉଥିବା ଚାଷ ଖେତ ବୁଲି ଦେଖିଥିଲେ ।
ପ୍ରାକୃତିକ କୃଷକ ତଥା ସନ୍ଧ୍ୟା ଡିଗ୍ରୀ କଲେଜ ର ପୂର୍ବତନ ପ୍ରିନ୍ସିପାଲ ଶ୍ରୀ ଛବିଲାଲ ସାହୁ ପ୍ରାକୃତିକ ଖତ କିପରି ତିଆରି କରାଯାଏ ଓ ତାହା କିପରି ବ୍ୟବହାର କରାଯାଇ ପାରିବ ସେ ଉପରେ ସମସ୍ତ ୩୦ ଜଣ ଚାଷୀ ଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଫାର୍ମ ରେ ଥିବା ଲେବ ରେ ଚାଷୀ ମାନଙ୍କୁ ଗୋବର, ଗାଈ ମୂତ୍ର, ଗୁଡ଼, ରେ କିପରି ବିଜାମୃତ, ଯିବାମୃତ, ନିମାସ୍ତ୍ର ତିଆରି କରି ଖେତ ରେ ବ୍ୟବହାର କରିହେବ ସେ ଉପରେ ଶିଖେଇଥିଲେ । ଆଗାମୀ ଦିନରେ ଚାଷରେ ୟୁରିଆ, ଡ଼ିଏପି, ପଟାସ ନପକେଇ କିପରି ପ୍ରାକୃତିକ ଉପାୟରେ ଚାଷ କରାଯାଇପାରିବ ତାହା ଚାଷୀମାନେ ଶିଖିଲେ । ଆଗାମୀ ଦିନରେ ପ୍ରାକୃତିକ ଉପାୟରେ ଚାଷ କରିବାପାଇଁ ସମସ୍ତ ଚାଷୀ ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଏ. ଏଫ. ସି ର ଉଦ୍ୟାନବିତ ଶ୍ରୀ ଜଗବନ୍ଧୁ ରାଉତ, କ୍ଷେତ୍ର ପରିଦର୍ଶକ ଶ୍ରୀ ଯଶୋବନ୍ତ ରଣା ପ୍ରମୁଖ ସହଯୋଗ କରିଥିଲେ ।


