ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ବ୍ୟାପକ ତଲାସୀ ଅଭିଯାନ ; ୧କୋଟି ୧୨ ଲକ୍ଷ ୮୪ ହଜାର ୫୩୬ ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ ଜବତ

ଆଜତକ ଓଡ଼ିଶା
0

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଛି । ଗତ ୦୩ ତାରିଖରେ ବିଭାଗୀୟ ଅଧିକାରୀ ଯାଞ୍ଚ କରି ୯୨ ଲି ହାତ ରନ୍ଧା ମଦ, ୪୪ ଲି ବାହାର ଭାଟି ମଦ, ୩.୬୦୦ ବିଦଶୀ ମଦ ଏବଂ ୨୩୦୦ କେଜି ମହୁଲ ପୋଚ ଜବତ କରିଛନ୍ତି । ଏସବୁର ଆନୁମାନିକ ମୂଲ୍ୟ ୧ ଲକ୍ଷ ୪୮ ହଜାର ଟଙ୍କା ହେବ । ଅଦ୍ୟାବଧି ଅବକାରୀ ବିଭାଗ ୭୭ ଲି ବିଅର୍, ୪୨ ଲି ବିଦେଶୀ ମଦ, ୬୬୧୫ ଲି ହାତ ରନ୍ଧା ମଦ, ୧୩୧୨ ଲି ବାହାର ଭାଟି ମଦ ,୬୦କେଜି ଗଞ୍ଜେଇ ଏବଂ ୧,୬୨,୩୫୦ କେଜି ମହୁଲ ପୋଚ ଜବତ କରିଛନ୍ତି । ଏସବୁର ଆନୁମାନିକ ମୂଲ୍ୟ ୧ କୋଟି ୧୨ ଲକ୍ଷ ୮୪ ହଜାର ୫୩୬ ଟଙ୍କା ହେବ । ଏହା ସହିତ ପାଞ୍ଚ ଗୋଟି ବାଇକ୍ ଏବଂ ଏକ ଚାରିଚକିଆ ଯାନ ମଧ୍ୟ ଅବକାରୀ ବିଭାଗ ଜବତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୨୧୬ଟି ଅବକାରୀ କେଶ୍ ରୁଜ୍ଜୁ ହୋଇଛି ଓ ୧୧୫ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଅଧିକ୍ଷକ ଜଣାଇଛନ୍ତି । ନିର୍ବାଚନ ସମୟରେ ବେଆଇନ୍ ଅବକାରୀ ସାମଗ୍ରୀ ଚାଲାଣ ଓ କାର୍ଯ୍ୟକଳାପ ସମ୍ପୂର୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଟିମ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*

3/related/default