ନୂଆପଡ଼ା : ନୂଆପଡା ବିଧାନସଭା ଉପ ନିର୍ବାଚନ ନେଇ ଦଳୀୟ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର କରୁଥିବା ବେଳେ ଭାରତୀୟ ଜନତା ପାର୍ଟି ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆ ନିର୍ବାଚନ ପ୍ରଚାର କରୁଛନ୍ତି। ଆଜି କୋମନା ବ୍ଲକ୍ ଅନ୍ତର୍ଗତ ୩ ନମ୍ୱର୍ ଜିଲ୍ଲା ପରିଷଦ ଜୋନ ରେ ଜୟ ଢୋଲକିଆ ନିର୍ବାଚନ ପ୍ରଚାର କରୁଥିବା ବେଲେ ବୟସ୍କ ନାଗରିକଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହି ପ୍ରଚାର ରେ ମନ୍ତ୍ରୀ ଗୋକୁଳ ନନ୍ଦ ମଲ୍ଲିକ ସାମିଲ ହୋଇ ଜୟ ଢୋଲକିଆ ଙ୍କ ବିଜୟ ସୁନିଶ୍ଚିତ ହୋଇଥିବା ବେଳେ ଏହି ପ୍ରଚାର କେବଳ ବିଜୟର ବ୍ୟବଧାନ ପାଇଁ ବୋଲି ବିକାଶ କରିଛନ୍ତି। ସେହିପରି ଜୟ ଢୋଲକିଆ ନିଜ ବାପା ଙ୍କ ପଥରେ ଅନୁସରଣ କରି ଲୋକଙ୍କ ସମାଜ ସେବା କରି ରାଜନୀତି ରେ ଆସିଥିବା ବେଳେ ବିକଶିତ ଗାଁ ବିକଶିତ ନୂଆପଡ଼ା, ବିକଶିତ ଓଡ଼ିଶା ବିକଶିତ ଭାରତ ଚିନ୍ତାଧାରା କୁ ନେଇ ଆଗକୁ ଯିବେ ବୋଲି କହିଛନ୍ତି। ବିପୁଳ ଜନସମର୍ଥନ ନେଇ ବିଜୟ ନେଇ ଆଶା ବାନ୍ଧିଛନ୍ତି।


