ଏନାମୁଲ ଅନଶନ ଆଗରେ ମୁଣ୍ଡ ନୁଆଁଇଲା କାକଟପୁର ତହସିଲଦାର

ଆଜତକ ଓଡ଼ିଶା
0


କାକଟପୁର ୨୯/୧୦ (ଅଲେଖ ବିଶ୍ଵାଳ) କାକଟପୁର ବ୍ଲକ ଅଧିନସ୍ଥ ସୁହାଣପୁର ଗ୍ରାମପଞ୍ଚାୟତ ର (୮) ନମ୍ବର ୱାର୍ଡ ରେ ସରକାରୀ ରାସ୍ତା ନିର୍ମାଣ ପଦ୍ମ ଘୁଞ୍ଚିଲା ଭଳି ଘୁଞ୍ଚି ଘୁଞ୍ଚି ଯାଉଥିବାବେଳେ ୱାର୍ଡ ବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା । ଏହି ରାସ୍ତାଟି ନିର୍ମାଣ ପାଇଁ ପ୍ଲଟ ନମ୍ବର (୧୧୪୨) ରେ ସୀମା ନିର୍ଦ୍ଧାରଣ ପାଇଁ କାକଟପୁର ବ୍ଲକ ବିଡ଼ିଓ ଙ୍କ ଚିଠି ସଂଖ୍ୟା (୮୮୦୭) ଦ୍ୱାରା ତହସିଲଦାର ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସୀମା ନିର୍ଦ୍ଧାରଣ କରାଯାଉନଥିବାରୁ, ବୁଧବାର ଦିନ ତହସିଲ ଅଫିସ ସାମ୍ନାରେ ମଲିକ ଏନାମୁଲ ଙ୍କ ନେତୃତ୍ୱ ରେ ମଲ୍ଲିକ ହନିଫ, ତସଲିମ ଖାନ, ବାବୁ ଖାନ, ରମୁଁ ଖାନ, ରସିଦ ଖାନ, ମୁସିଲମ ଖାନ, ମହମଦ ଶିରାଜ, ମଲ୍ଲିକ ଜାହିର, କାମରାନ ଖାନ ଙ୍କ ସମେତ ଶତାଧିକ ଗ୍ରାମବାସୀ ଆମରଣ ଅନଶନ ରେ ବସିଥିଲେ ।


ସୁହାଣପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରାଥୀ ଜଶୋବନ୍ତ ନାରାୟଣ ମହାନ୍ତି ଓ କାକଟପୁର ବ୍ଲକ କଂଗ୍ରେସ କମିଟି ର ପୂର୍ବତନ ସଭାପତି ଅବଧୁତ ସ୍ୱାଇଁ ଘଟଣା ସ୍ଥଳରେ ପହଁଚି କାକଟପୁର ତହସିଲଦାର ଅଙ୍କିତା ଅନନ୍ଦିତା ଙ୍କ ସହ ଆଲୋଚନା କରିବା ପରେ ଗ୍ରାମବାସୀ ମାନେ ଅନଶନ ରୁ ଓହରିଥିଲେ । ତହସିଲଦାର ତୁରନ୍ତ ଅମିନ, ଆରାଇ ଓ ସୁହାଣପୁର ଗ୍ରାମ ପଞ୍ଚାୟତ ର ଅଧିକାରୀ ମାନଙ୍କୁ ନେଇ ରାସ୍ତା ର ମାପ ଚୁପ କରି ସୀମା ନିର୍ଦ୍ଧାରଣ କରିଥିଲେ । ଦୀର୍ଘ ଦିନର ସମସ୍ୟା ସମାଧାନ ହୋଇଥିବାରୁ ସରପଞ୍ଚ ପ୍ରାଥୀ ଶ୍ରୀ ମହାନ୍ତିଙ୍କୁ ମଲ୍ଲିକ ଏନାମୁଲ ଙ୍କ ସମେତ ସୁହାଣପୁର ଗ୍ରାମବାସୀ ମାନେ କୃତଜ୍ଞତା ଜଣାଇଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*

3/related/default